ଶ୍ରୀ ଦଧିବାମନଜୀଉ ସାହିତ୍ୟ ସଂସ୍କୃତି ପରିଷଦର ଷଷ୍ଠବାର୍ଷିକ ସାରସ୍ଵତ ସମାରୋହ ଓ ବାର୍ଷିକ ମୁଖପତ୍ର ଶ୍ରୀ ଦଧିବାମନର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ….

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଆଖୁଆପଦା ଗ୍ରାମସ୍ଥିତ ହରି ସଂକୀର୍ତ୍ତନ ଭବନ ପରିସରରେ ନିଆଡମ୍ବରପୁର୍ଣ୍ଣ ଭାବେ ସାରସ୍ଵତ ସମାରୋହ ଅନୁଷ୍ଠାନର ସଭାପତି ନାରାୟଣ ଚନ୍ଦ୍ର ଦାଶଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଛି । ଏଥିରେ ପଣ୍ଡିତ ଅକ୍ଷୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ବକ୍ତା ଭାବେ ଭୁବନ ମୋହନ ମହାନ୍ତି ସଂପାଦକ ସ୍କୃତିଲିପି ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ଧନେଶ୍ଵର ଜେନା । କିଶୋର ଚନ୍ଦ୍ର ମହାନ୍ତ ବିଶିଷ୍ଠ ସାହିତ୍ୟକ ପୁର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନର ବାର୍ଷିକ ମୁଖ ପତ୍ର ଶ୍ରୀ ଦଧିବାମନକୁ ଲୋକାର୍ପିତ କରିଥିଲେ ଓ ପରେ ପରେ ଅନୁଷ୍ଠାନର ସଂପାଦକ ବୈଲୋଚନ ଜେନାଙ୍କର ଲିଖୂତ ନାରୀ ଚେତନା ବରିଷ୍ଠ କବି ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ଦ୍ଵାରା ଲିଖିତ ପୁସ୍ତକ ପୂର୍ଣ୍ଣଚନ୍ଦ୍ର ପ୍ରବନ୍ଧାବଳୀକୁ ଅତିଥି ମାନେ ଲୋକାର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଠ ଶିକ୍ଷାବିତ ସାରସ୍ଵତ ସାଧକ କିର୍ତ୍ତନ ବିହାରୀ ମଲ୍ଲିକଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ମାନପତ୍ର ଉତ୍ତରୀୟ ଦିଆଯାଇ ଅତିଥି ମାନଙ୍କ ଦ୍ବାରା ସଂବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନକରିଥିବା ବେଳେ ଅନୁଷ୍ଠାନର ସଭ୍ୟ ସ୍ମୃତିରଂଜନ ଜେନା ବିଶ୍ବ ରଂଜନ ଜେନା ଧନେଶ୍ଵର ଜେନା ମନୋରଂଜନ ଜେନା କାହ୍ନୁ ଚରଣ ଜେନା ରଘୁନାଥ ଜେନା ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଏକ କବିତା ପାଠ କାର୍ଯ୍ୟକ୍ରମ କରୋନା ନିୟମ ମାନି କରାଯାଇଥିଲା । ଉକ୍ତ କବିତା ପାଠ ରେ ବିଜୟାଲକ୍ଷ୍ମୀ ମହାପାତ୍ର ଗୌରାଙ୍ଗ ଚରଣ ଜେନା ହରିହର ପଲାର ଶରତ ଚନ୍ଦ୍ର ଜେନା ପ୍ରମୁଖ କବିତା ପାଠକରିଥିଲେ ଶେଷରେ ପରିଷଦର ଉପସଭାପତି ପ୍ରାଣକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।