ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠାତା ଅଧ୍ୟକ୍ଷଙ୍କ ଅବସର : ବିଦାୟକାଳୀନ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଉଚ୍ଚ ଶିକ୍ଷା ପ୍ରସାରର ବ୍ୟବସ୍ତା ନଥିବା ବେଳେ ୧୯୮୪ ମସିହାରେ ନାରୀ ଶିକ୍ଷାର ଉନ୍ନତି ପାଇଁ ତତ୍‌କାଳୀନ ଡାକ୍ତର ଅତୁଲଚନ୍ଦ୍ର ପାତ୍ରଙ୍କ ଦାନରେ ଗଢି ଉଠିଥିଲା ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟ । ରାଜଶ୍ରୀ ପାଣିଗ୍ରାହୀ ପ୍ରତିଷ୍ଠାତା ଅଧ୍ୟକ୍ଷଭାବେ ଯୋଗ ଦେଇଥିଲେ । ଆଜି ତାଙ୍କର ଅବସର ଗ୍ରହଣ ଲାଗି ଆରମ୍ଭ ହୋଇଥିଲା ବିଦାୟକାଳୀନ ସଭା । ଏଥିରେ ଅଧ୍ୟକ୍ଷା ମାମୀରାଣୀ ମହାନ୍ତି ପୌରହିତ୍ୟ କରି ମହାବିଦ୍ୟାଳୟ(+୨)ର ଅତୀତ ସ୍ମୃତି ଓ ଭବିଷ୍ୟତର ଆଶା ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ବେଣୁଧର ଅଣ୍ଡିଆ, ମୁଖ୍ୟବକ୍ତା ଭାବେ କଲେଜର ପ୍ରତିଷ୍ଠାତା ଡା. ଅତୁଲ ପାତ୍ରଙ୍କ ପୁତ୍ର ଅଶୋକ କୁମାର ପାତ୍ର ଏବଂ ସମ୍ମାନୀତ ଅତିଥିଭାବେ ପୂର୍ବତନ ପୌରପାଳ ପ୍ରବୀର କୁମାର ପ୍ରଧାନ ଯୋଗ ଦେଇ ଉଚ୍ଚ ଶିକ୍ଷାର ପ୍ରସାର ଏବଂ ଯୁବତୀମାନଙ୍କୁ ଶିକ୍ଷାଦାନ ଦେଇ ସଶକ୍ତ କରାିବାଲାଗି ମହାବିଦ୍ୟାଳୟକୁ ତତ୍‌କାଳୀନ କତିପୟ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ ବୋଲି କହିଥିଲେ । ଆଜିବି ଏଠାରୁ ଶହ ଶହ ଛାତ୍ରୀ ଉଚ୍ଚ ଶିକ୍ଷିତ ହେବା ସହିତ ଦେଶ ଓ ଦଶର ଉନ୍ନତି କରୁଛନ୍ତି ବୋଲି କହିଥିଲେ । ଏଥିରେ ଅଧ୍ୟାପିକା ଚନ୍ଦ୍ରଲେଖା ମହାକୁଡ, ଉଦୟ କୁମାର ଗିରି, ସୁମତି ଦେ, ଅଂଚଳି ଚକ୍ରବର୍ତ୍ତୀ, ମଲ୍ଲିକା ଦାସ, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରୀମାନେ ସ୍ମୃତି ବଖାଣିଥିଲେ । ଅବସାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀୀ ପାଣିଗ୍ରାହୀ ଦୀର୍ଘ ୩୭ବର୍ଷ ମଧ୍ୟରେ ଉତ୍‌ଥାନ-ପତ୍ତନ ମଧ୍ୟରେ ଗୁଣ୍ଡୁଚିମୂଷାଭଳି ଅନୁଷ୍ଠାନ ପ୍ରତି କରିଥିବା ବିଭିନ୍ନ କାର୍ଯ୍ୟ ଓ ସମସ୍ତଙ୍କ ସହଯୋଗ ସମ୍ପର୍କରେ କହିଥିଲେ । ତାଙ୍କୁ ଫୁଲତୋଡା, ଅଂଗବସ୍ତ, ମାନପତ୍ର ପ୍ରଦାନ କରାଯାଇଥିଲା । ଅଂଚଳି ଚକ୍ରବର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ ; ଭୂପତି ପରିଡା