ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆତ୍ମରକ୍ଷା କୌଶଳ ଉଦଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିରେ ଅବସ୍ଥିତ ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳୟର ଛାତ୍ରୀ ଆତ୍ମସୁରକ୍ଷା କୌଶଳ ଶିବିର ଗତ ଡିସେମ୍ବର ୩ ତାରିଖରୁ ଆରମ୍ଭ ହୋଇ ଗତ ୧ ତାରିଖରେ ଉଦଯାପିତ ହୋଇଛି । ଅଧ୍ୟାପିକା ସୁରତୀ ଦେଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚାଲିଥିବା ଏହି ଶିବିରରେ ୧୯୨ଜଣ ଛାତ୍ରୀଙ୍କୁ ୨ଟି ପର୍ଯ୍ୟାୟରେ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଦିଆଯାଇଥିଲା । ମାଷ୍ଟର ଟ୍ରେନର ଜଗନ୍ନାଥ ଡିଗ୍ରୀ କଲେଜର ରସ୍ମିତା ଦେ ଛାତ୍ରୀମାନଙ୍କୁ ଦୀର୍ଘଦିନ ଧରି ପ୍ରଶିକ୍ଷଣ ଦେଇଥିଲେ । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ ପୌରହିତ୍ୱ କରିଥିବା ବେଳେ ଅଧ୍ୟାପକ ବେଣୁଧର ଅଣ୍ଡିଆ, ନୀଳକଣ୍ଠ ଖଣ୍ଡା, ଉଦୟ କୁମାର ଗିରି, ମାମିରାଣି ମହାନ୍ତି, ଅଞ୍ଜଳି ଚକ୍ରବର୍ତ୍ତୀ, କବିତାବାଳା ପ୍ରଧାନ ଓ ମାଷ୍ଟର ଟ୍ରେନ୍ର ରଶ୍ମିତା ଦେ ଯୋଗ ଦେଇ ମହିଳା ଓ ଛାତ୍ରୀମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିରୋଧ ଲାଗି ଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ଉଚିତ୍ ବୋଲି କହିଥିଲେ । ପୂଜାରାଣୀ ରାଜ ଓ ସୁଭଶ୍ରୀ ବିଶ୍ୱାଳ ଶିବିରର ଅନୁଭୂତି ସଂପର୍କରେ କହିଥିବା ବେଳେ ଉଦୟ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା