ଶୋକ ସନ୍ତପ୍ତ ପରିବାରକୁ ସାକ୍ଷାତ କରି ସହାୟତା ପ୍ରଦାନ କଲେ ବିଧାୟକ…

ଛତ୍ରପୁର/ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ଡେଙ୍ଗାବାଡ଼ି ଗ୍ରାମରେ ଗତକାଲି ବଜ୍ରାଘାତରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି ଏବଂ ଡେଙ୍ଗାବାଡ଼ି ଗ୍ରାମର ବଳରାମ ଗୌଡ଼ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଏହି ଖବର ପାଇ ଆଜି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତାକରଡ଼ା ଓ ଡେଙ୍ଗାବାଡି ଗ୍ରାମର ମୃତକଙ୍କ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଚିକିତ୍ସିତ ହୋଇ ଫେରିଥିବା ଆହତ ବ୍ୟକ୍ତିଙ୍କ ପରିବାରକୁ ଭେଟି ଦୁଃଖ ପ୍ରକାଶ କରିଛନ୍ତି । ୫ ହଜାର ଓ ରେଡ୍ କ୍ରସ ତରଫରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା