ଶେଷରେ ସ୍ୱାସ୍ଥ୍ୟକର୍ମୀଙ୍କ ଦାବି ମାନିବାକୁ ବାଧ୍ୟ ହେଲା ଜିଲ୍ଲା ପ୍ରଶାସନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଠାରୁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନିଜ ଜିଦରେ ଦିନ ତମାମ ଅଟକି ରହିଥିଲେ ସ୍ୱାସ୍ଥ୍ୟ କର୍ମୀ । ଦରକାର ସମୟରେ ସରକାର କାମରେ ଲଗାଇଲେ ଏବେ ଫୋପାଡି ଦେଲେ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ଗଞ୍ଜାମ ଜିଲ୍ଲାରେ କୋଭିଡ କାର୍ଯ୍ୟରେ ନିୟୋଜିତ ଷ୍ଟାଫନର୍ସ, ଜିଏନଏମ୍, ଏମନ୍ଏମ୍, ଫାର୍ମାସିଷ୍ଟ ଏବଂ ପାରା ମେଡିକାଲ କର୍ମଚାରୀଙ୍କୁ ଚୁକ୍ତିନାମା ଉଲ୍ଲଂଘନ କରି ନିଯୁକ୍ତିର ଏକ ମାସ ନ ପୁରୁଣୁ ଛଟେଇ କରାଯାଇଛି । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ବିରୋଧରେ ଶତାଧିକ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ପୁନଃ ନିଯୁକ୍ତି ସହ ସ୍ଥାୟୀ କରିବା ନିମନ୍ତେ ଦାବି କରିଥିଲେ କର୍ମଚାରୀମାନେ । କୋଭିଡ କାର୍ଯ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇନଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ନିଯୁକ୍ତିରୁ ଛଟେଇ କରାଯାଇଛି । ଅଗଷ୍ଟ ୨୪ ତାରିଖରେ ନିଯୁକ୍ତି ଦିଆଯାଇ ଗତ ମାସ ୧୮ ତାରିଖରେ କାର୍ଯ୍ୟରୁ ଅନ୍ତର କରାଯାଇଥିବା ଅଭିଯୋଗ କରିଛନ୍ତି । କୋରୋନା ମୁକାବିଲାରେ ଜୀବନକୁ ବାଜି ଲଗାଇ ଆକ୍ରାନ୍ତଙ୍କ ସିଧାସଳଖ ସଂସ୍ପର୍ଶରେ ଆସିବା ସହ ବିଭିନ୍ନ ପ୍ରକାର କଷ୍ଟ୍ ଉଠାଇଛୁ । ସରକାରଙ୍କ ଚୁକ୍ତିନାମା ଅନୁଯାୟୀ ତିନି ମାସ ନିମନ୍ତେ କାର୍ଯ୍ୟରେ ନିଯୁକ୍ତି ବଦଳରେ ଏକ ମାସ ପୂର୍ବରୁ ହଠାତ୍ ବିନା ନୋଟିସରେ ବାହାର କରାଯାଇଛି କାହିକି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଆଜି ଯେତେବେଳେ କରୋନାର ପ୍ରକମ୍ପ ଟିକେ ସାମାନ୍ୟ ସ୍ଥିତିରେ ପହଞ୍ଚିବାକୁ ଯାଉଛି । ସେହି ସମୟରେ ଆମ ଜୀବନ ଜୀବିକା କଥା ସରକାର ତିଳେ ହେଲେ ବିଚାର ନକରି ଆମ ସମସ୍ତଙ୍କ କେରିୟେର୍ ସହ ପ୍ରସାଶନ ଖେଳୁଛି ବୋଲି ଦୀର୍ଘ ଦୁଇଦିନ ଧରି ଏନଏମ୍, ଜିଏନଏମ୍, ଫାର୍ମାସିଷ୍ଟ ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରି ଦିନ ତମାମ ସ୍ଲୋଗାନ ବାଜି କରି ଅନ୍ଦୋଳନରେ ବସିଥିଲେ । ଆଜି ସକାଳୁ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡି ପହଞ୍ଚି ନୌତିକ ସମର୍ଥନ ଜଣାଇ ସରକାରଙ୍କୁ କଟୁସମାଲୋଚନ କରିଥିବା ବେଳେ ଏସୟୁସିଆଇ ପକ୍ଷରୁ ସୋମନାଥ ବେହେରା ବିଜେପି ପକ୍ଷରୁ ଷୋନ୍ତୋ ରାଉଳ ପ୍ରମୁଖ ସମର୍ଥନ ଜଣାଇ ଧାରଣାରେ ବସିଥିଲେ । ହେଲେ ଆଜି ଗାନ୍ଧୀ ଜୟନ୍ତୀ ଥିବାରୁ ସେମାନେ ଧାରଣା ସ୍ଥଳରେ ଫୋଟୋ ରଖିବାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ସହ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ଆଜି ଅପରାହ୍ନରେ ପରିସ୍ଥିତିକୁ ସମୀକ୍ଷା କରି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ କାର୍ଯ୍ୟଳୟକୁ ପହଞ୍ଚିଥିଲେ । ଏହାପରେ ଅନ୍ଦୋଳନ କାରୀଙ୍କ ମଧ୍ୟରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ଜିଲ୍ଲାପାଳଙ୍କ ସହ ଅଲୋଚନା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ଅନ୍ଦୋଳନକାରୀଙ୍କ ସମସ୍ତ ଦାବି ଗ୍ରହଣ କରିଥିବା ସହ ପୂରଣ କରିବେ ବୋଲି ମୌଖିକ ଭାବେ ଜଣାଇଥିଲେ ସମୋବାର ଠାରୁ ଏହାକୁ ଵିଧିବୋଧ ଭାବେ ଜଣାଇ ଦିଆଯିବ କହିବା ପରେ ସମସ୍ତ ଅନ୍ଦୋଳନକାରୀ ଧାରଣ ସ୍ଥଳରୁ ଉଠିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା