ଶେରଗଡ଼ ବ୍ଲକର କୃଷ୍ଣଛାଇ ପଞ୍ଚାୟତରେ ଚୋରୀ ଅଭିଯୋଗ

ଶେରଗଡ଼(ସମୃଦ୍ଧ ଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ କୃଷ୍ଣଛାଇ ପଞ୍ଚାୟତ କାର୍ଯ୍ୟାଳୟରେ ବିଳମ୍ବିତ ରାତ୍ରୀରେ ଚୋରୀ ହୋଇଛି। ଆଜି ସକାଳେ କିଛି ଗ୍ରାମବାସୀ ପଞ୍ଚାୟତ ପ୍ରତିନିଧି ଶିବାଜି ବିଷୋୟୀ ଙ୍କୁ ଜଣାଇବା ପରେ ସେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶଙ୍କର ପ୍ରସାଦ ସାବତ ଜଣାଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ କୁ ଆସିବା ବେଳେ ତାଲା ଭଂଗା ଯାଇଥିବା ଦେଖି ସାଙ୍ଗେ ଶେରଗଡ଼ ଥାନା ରେ ଚୋରୀ ହୋଇଥିବାର ଏତଲା ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ରୁ ଏକ ଏଲିଡି ଟିଭି ଗୋଟିଏ ଓ ଟାବଲେଟ, କିଛି କାଗଜପତ୍ର ଚୋରୀ କରିବା ସହ ଆଲମାରୀ ବି ଭାଙ୍ଗିଥିବା ସୂଚନା ମିଳିଛି। ପଞ୍ଚାୟତ ର ଗ୍ରାମସେବକ ଶଙ୍କର ପ୍ରସାଦ ସାବତ ଥାନା ରେ ଏତଲା ଦେବା ପରେ ସାଇଣ୍ଟିଫିକ ଟିମ ସହ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ପହଞ୍ଚି ଘଟଣା ର ତନାଘନା କରିଛନ୍ତି। ଘଟଣା ର ଅନୁସନ୍ଧାନ ଜାରୀ ରହିଛି।
ରିପୋର୍ଟ : ରଜତ ପଟ୍ଟନାୟକ