ଶେରଗଡ଼ରେ ସରପଞ୍ଚମାନଙ୍କ ସହ ୫-ଟି ସଚୀବଙ୍କ ସମୀକ୍ଷା : କହିଲେ ‘୩୦ ତାରିଖ ଯାଏ ଅପେକ୍ଷା କର’…

ଶେରଗଡ଼ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲା ଶେରଗଡ଼ ବ୍ଲକରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ, ଉନ୍ନୟନ କମିଶନର ସୁରେଶ ମହାପାତ୍ର ଶୁକ୍ରବାର କରୋନା ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲାରେ ପ୍ରସ୍ତୁତି ଏବଂ କାମ ଠିକ୍‌ ଭାବେ ଚାଲିଛି । ମେ ୩୦ ତାରିଖ ପରେ ସବୁ ଠିକ ହୋଇଯିବ ବୋଲି ୫ଟି ସଚିବ କହିଥିବା ଜଣାପଡ଼ିଛି । ସୂଚନାନୁଯାୟୀ, ୫-ଟି ସଚିବ ପାଣ୍ଡିଆନ, ଉନ୍ନୟନ କମିଶନର ମହାପାତ୍ର ହେଲିକପ୍ଟର ଯୋଗେ ଗଜପତିରୁ ଶେରଗଡ଼ ମହାତ୍ମାଗାନ୍ଧୀ ଖେଳ ପଡ଼ିଆରେ ଓହ୍ଲାଇ ଥିଲେ । ପରେ କାର ଯୋଗେ ବ୍ଲକ ସଭା ଗୃହରେ ପହଞ୍ଚି କରୋନା ମୁକିବିଲା ନେଇ ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ଶେରଗଡ଼ ବ୍ଲକରେ ଥିବା ୫୮ଟି କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ଅବସ୍ଥା ବିଷୟରେ ବିଡିଓ ସୁରଞ୍ଜନ କୁମାର ସାହୁଙ୍କୁ ପଚାରି ବୁଝିଥିଲେ । କେନ୍ଦ୍ରମାନଙ୍କରେ ପରିଚାଳନା ବ୍ୟବସ୍ଥା ଠିକ ଚାଲିଥିବା କଥା ସମୀର ପ୍ରଧାନ କହିଥିଲେ । ଏହାପରେ ସମସ୍ତ କ୍ୱାରାଣ୍ଟାଇନ୍‌ କେନ୍ଦ୍ରର ପରିଚାଳନାଗତ ସମସ୍ୟା ଉପରେ ସରପଞ୍ଚ ମାନଙ୍କୁ ପଚାରି ବୁଝିଥିଲେ ।

ରିପୋର୍ଟ : ବିପ୍ଳବ ସେଠୀ