ଶୀତଳା ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ଜାତୀୟ ସେବା ଶିବିର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡାଠାରେ ଥିବା ଶୀତଳା ଠାକୁରାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଶିବିରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଦ୍‌ଯାପନୀ ଉତ୍ସବରେ ଅଧ୍ୟକ୍ଷ ଅଂଜନ କୁମାର ପାଳ ସଭାପତିତ୍ୱ କରି ଜାତୀୟ ସେବା ସମିତିର ଆଭିମୁଖ୍ୟ ଓ ସାମ୍ପ୍ରତିକ ସମୟରେ ଛାତ୍ରଛାତ୍ରୀମାନେ ସମାଜପ୍ରତି ନିଜର କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ଅଧ୍ୟାପକ ଆଦିକାନ୍ତ ପ୍ରଧାନ, ମୁଖ୍ୟବକ୍ତାଭାବେ ଯତିନ୍ କୁମାର ମିଶ୍ର, ଅନ୍ୟଅତିଥିଭାବେ ଦୁର୍ଗେଶ କୁମାର ନାୟକ, ସଂଯୋଜକ ହରେନ୍ଦ୍ର ସିଂ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ଅଜୟ କୁମାର ମିଶ୍ର, ଶୈଳେଶ ପଟ୍ଟନାୟକ, ଚୈତନ୍ୟ ପ୍ରସାଦ ଗିରି, ରବିନ୍ଦ୍ର ନାଥ ଦେ, ଉଦୟ କୁମାର ମହାନ୍ତି ପରିଚାଳନା କରିଥିଲେ । ଏଥିରେ ୨୫ଜଣ ଶିବିରାର୍ଥୀ ଗତ ୧୬ ତାରିଖରୁ ୨୫ ତାରିଖ ଯାଏ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା