ଶିଶୁର ଅଧିକାର ଓ ଯୌନ ଶୋଷଣ ମୁକ୍ତ କର୍ମଶାଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଠାରେ ଗଞ୍ଜାମ ଏସପିଙ୍କ କକ୍ଷରେ ଶିଶୁର ଅଧିକାର ଓ ଯୌନ ଶୋଷଣ ମୁକ୍ତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରଜେଶ କୁମାର ରଏଙ୍କ ଦିଗ୍ ଦର୍ଶନରେ ଆୟୋଜିତ ଦକ୍ଷତା ବୃଦ୍ଧି କର୍ମଶାଳାକୁ ଭୁବନେଶ୍ୱର ସ୍ଥିତ ଭାଇ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଓ ପ୍ରଦୀପ କୁମାର ଦଳେଇଙ୍କ ସମେତ ବହୁ ପୋଲିସ୍ ଅଧିକାରୀ ଓ ଶିଶୁ ଡେସ୍କରେ କାର୍ଯ୍ୟରତ କର୍ମଚାରୀ ଯୋଗ ଦେଇଥିଲେ । ତାଲିମ ଦାତା ରୂପେ ଆଇନଜୀବୀ ପି. କେ. ରେଡ୍ଡୀ ଏବଂ ଜେ. ଜେ. ବୋର୍ଡ ସଭ୍ୟ ଅମିୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାମାଜିକ କର୍ମୀ ଅରୁଣ ଶତପଥୀ ଏବଂ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଭାଇ ଅନୁଷ୍ଠାନର ଦେବାନନ୍ଦ ମହନ୍ତ ଆଲୋକପାତ କରିଥିଲେ । ଏ.ଏସ.ପି.ପ୍ରଦୀପ କୁମାର ଦଳେଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା