ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା

ଭୁବନେଶ୍ବର(ସମୃଦ୍ଧ ଓଡିଶା)ବିଜେବି ନଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ଶକୁନ୍ତଳା ଦେବୀ ଙ୍କ ପାଇଁ ସ୍କୁଲ ସଭା ଗୃହରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସମ୍ବର୍ଦ୍ଧନା ସଭାରେ ସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ଯକ୍ଷତା କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶକୁନ୍ତଳା ଦିଦି ଙ୍କର କାର୍ଯ୍ୟ ଶୈଳୀ ପାଇଁ ତାଙ୍କୁ ପ୍ରଶଂସା କରିବା ଥିଲେ ।ସେ ଥିଲେ ଏକାଧାରାରେ ଜଣେ କର୍ତ୍ତବ୍ୟ ନିଷ୍ଠା ,ଛାତ୍ର ବତ୍ସଲା ଏବଂ ସମୟାନୁବର୍ତ୍ତିତା ।ସେ ସଦାବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ନିଜର ଏକ ପରିବାର ଭଳିଆ ଦେଖୁଥିଲେ ତେଣୁ ସମସ୍ତେ ତାଙ୍କ ର ଅବସରକୁ ସହଜରେ ଗ୍ରହଣ କରିପାରୁ ନ ଥିଲେ ।ଛାତ୍ରଛାତ୍ରୀ ମାନେ ମଧ୍ୟ ଦିଦି ଙ୍କର ଗୁଣଗାନ କରିବା ସହିତ ଜଣେ ଅନ୍ତରରେ ଭଲ ପାଉଥିବା ଦିଦି ଙ୍କୁ ହରାଇଲେ ବୋଲି କହିଥିଲେ ।

ରିପୋର୍ଟ : ରଜତ ମହାପାତ୍ର