ଶିକ୍ଷା ଅଧିକାର ଆଇନ ସତପ୍ରତିସତ କାର୍ଯ୍ୟ କରିବା : ଓଡ଼ିଶା ଅଭିଭାବକ ମହାସଂଘ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ ହିଲପାଟଣା ୩ୟ ଗଳି, ମୋଡେ଼ଲ୍ କଲେଜ ନିକଟସ୍ଥ ରଜନୀକାନ୍ତ ବକ୍ସିଙ୍କ ବାସଭବନ ଠାରେ ଅନୁଷ୍ଟିତ ହୋଇଯାଇଛି । ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଗଞ୍ଜାମ ଜିଲ୍ଲା ଆବାହକ ମଧୁସୂଦନ ସାହୁ, ରାଜ୍ୟ ସହ ଅଧ୍ୟକ୍ଷ ଶଙ୍କର ସାମନ୍ତରାୟ, ଉପାଧକ୍ଷ ରାଜେନ୍ଦ୍ର ପ୍ରସାଦ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ସର୍ବଦା କାର୍ଯ୍ୟରତ। ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗୁଣାତ୍ମକ ଶିକ୍ଷା ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ । ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ପଞ୍ଚାୟତ ନିର୍ବାଚନରେ ସମସ୍ତ ରାଜନୈତିକ ଦଳ ତଥା ଲଡୁଥିବା ସମସ୍ତ ପ୍ରାର୍ଥୀ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବାକୁ ଓଡିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ନିବେଦନ କରିଛନ୍ତି । ଏଥିପାଇଁ ମହାସଂଘ ବିଭିନ୍ନ ରଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଁ ନିବେଦନ କରିଅଛୁ । ୧୯୯୨ ମସିହାରେ ୭୩ତମ ସମ୍ବିଧାନ ସଂଶୋଧନ ୧୧ ଧାରା ଅନୁଯାୟୀ ୨୯ଟି ବିଭାଗ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି । ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦମାନେ ସେମାନଙ୍କ ଦାଇତ୍ୱ ନେବା ପାଇଁ ଚାହୁଁଥିଲେ ମଧ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇ ପାରିନାହିଁ । ଓଡ଼ିଶାରେ ପ୍ରାୟ ୮୭୫୦ ସ୍କୂଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି । ଅଭିଭାବକମାନେ ଦାବି କରୁଛନ୍ତି ଯେଉଁ ସ୍କୁଲରେ ପିଲା ଅଛନ୍ତି ତାକୁ ଚଳାନ୍ତୁ । ତା ସହିତ ୨୫% ବେସରକାରୀ ସ୍କୁଲରେ ମାଗଣା ନାମଲେଖା, ପାଠ ପଢ଼ା ଛାଡୁଥିବା ପିଲାମାନଙ୍କୁ ପୁଣି ପଢ଼େଇବା, ଅଭିଭାବକ ଏବଂ ପିଲାମାନଙ୍କ ପାଇଁ ସ୍ୱାସ୍ତ୍ୟ ପରୀକ୍ଷା ବର୍ଷକୁ ଦୁଇଥର କରିବା ସହ ଓ ବହି ଓଜନ କମେଇବା ପାଇଁ ଏନସିଇଆରଟି ବହି ପ୍ରଚଳନ କରିବା ଆଦି ୫ ଗୋଟି ବିଷୟରେ ସପଥନାମା ଦେବା ପାଇଁ ସବୁ ଦଳର ନେତାଙ୍କୁ ଆହ୍ଵାନ୍ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧିଙ୍କ ସମେତ ରାଜ୍ୟ ସହ ଅଧ୍ୟକ୍ଷ ଶଙ୍କର ସମନ୍ତରାୟ, ଉପଧକ୍ଷ ରାଜେନ୍ଦ୍ର ପ୍ରସାଦ, ଭୁବନେଶ୍ୱର ଆବାହକ ପ୍ରଦୀପ୍ତ ମିଶ୍ର, ସଚ୍ଚିଦାନନ୍ଦ ପାଢ଼ୀ, ସଂଗ୍ରାମ ସିଂ, ଦେବୀପ୍ରସାଦ ପାଢ଼ୀ, ଦୀପକ ମିଶ୍ର ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା