ଶିକ୍ଷକ ଓ ଶିକ୍ଷୟିତ୍ରୀ ଘର ଘର ବୁଲି ବାଣ୍ଟିଲେ ଛାତ୍ରଛାତ୍ରୀଙ୍କ ମାଗଣା ପାଠ୍ୟ ପୁସ୍ତକ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଓ ଏନଏସିର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ଘରକୁ ଘର ଯାଇ ମାଗଣା ପାଠ୍ୟ ପୁସ୍ତକ ଦୁଇ ଦିନ ହେଲା ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଥିବା ଯୋଗୁଁ ସ୍କୁଲ ବନ୍ଦ ଥିବା ଓ ସ୍କୁଲରେ ବାଣ୍ଟିଲେ ସାମାଜିକ ଦୂରତା ବଜାୟ ରଖିବା ଅସମ୍ଭବ ହୋଇ ପଡିବ ବୋଲି ଛାତ୍ରଛାତ୍ରୀମାନଙ୍କ ପାଠ୍ୟ ପୁସ୍ତକ ପ୍ରତ୍ୟେକଙ୍କ ଘରେ ପହଞ୍ଚାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହି ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବ୍ଲକ ଓ ଏନଏସିର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ବିଭିନ୍ନ ଯାନବହାନରେ ମାଗଣା ପାଠ୍ୟ ପୁସ୍ତକ ଗୁଡିକ ନେଇ ଛାତ୍ରଛାତ୍ରୀଙ୍କ ଘରେ ପହଞ୍ଚାଇଥିବା ଦେଖାଦେଇଛି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା