ଶାନ୍ତି ଶୃଙ୍ଖଳାର ସହ ୩ଟି ଗ୍ରାମ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ଦ୍ଵନ୍ଦରେ ନିର୍ବାଚିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଜିଲ୍ଲାରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଯାଇଛି । କୋଟସାହି, ରାୟାଁ ରାମଚନ୍ଦ୍ରପୁର, ପାଇକସିଦା ପଞ୍ଚାୟତ ଆଦିରେ ନିର୍ଦ୍ଵନ୍ଦରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିବା ଜଣାପଡିଛି । କୋଟସାହି ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ୧୨ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ପ୍ରିଜାଇଡିଂ  ଅଫିସର ଚଞ୍ଚଳା ବାରିକ ଓ ସହକାରୀ ଅଧିକାରୀ ପ୍ରବୀର କୁମାର ପ୍ରଧାନ, ପୋଲିସ କର୍ମଚାରୀ ଉପସ୍ଥିତ ରହି ମହା ଆଡ଼ମ୍ବରରେ ନିର୍ଦ୍ଵନ୍ଦରେ ପଞ୍ଚାୟତର ୯ ନମ୍ବର ୱାର୍ଡ଼ ସଭ୍ୟା ମମତା ଦଳାଇ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିଲେ । ସେଠାରେ ବିଜେଡି ପଞ୍ଚାୟତ ସଭାପତି ବିଶ୍ଵନାଥ ଦାସ ମହାପାତ୍ର, ସମାଜସେବୀ କାଳୀଚରଣ ଦାସ, ନଗେନ୍ଦ୍ର ଜେନା, ରଣଜିତ ପରିଡ଼ା, ମହେଶ୍ୱର ବଡୁ, ରଞ୍ଜନ ଦଳାଇ, ବିକର୍ତ୍ତନ ଜେନା, ପଞ୍ଚାନନ ନାଥ ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ନିର୍ଦ୍ଵନ୍ଦରେ ୧ ନମ୍ବର ୱାର୍ଡ଼ସଭ୍ୟ ବିବେକାନନ୍ଦ ସାହୁ ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଥିବା ଜଣାପଡିଛ । ସେଠାରେ ନବ ନିର୍ବାଚିତ ସରପଞ୍ଚ ଶୁଭସ୍ମିତା ଦାସଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ବୈଜୟନ୍ତି ମୁଦୁଲି, ସହକାରୀ ଅଧିକାରୀ ଦେବବ୍ରତ ସେନାପତି ନିର୍ବାଚନ ପରିଚାଳନା କରୁଥିବା ବେଳେ ୧୩ ଜଣ ନବ ନିର୍ବାଚିତ ୱାର୍ଡ଼ ସଭ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ । ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ସରପଞ୍ଚ ପ୍ରତିନିଧି ପ୍ରବୀର କୁମାର ଦାସ, ସମାଜସେବୀ ସପନ କୁମାର ଦାସ, ଦେବବ୍ରତ ନନ୍ଦ, ବସନ୍ତ ବାରିକଙ୍କ ସହିତ ପ୍ରାୟ ୨ ସହ ରୁ ଅଧିକ ବ୍ୟକ୍ତି ଉପସ୍ଥିତ ରହି ବିଭିନ୍ନ ସାଜସଜ୍ଜା କରି କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଓ ସମସ୍ତ ବ୍ୟକ୍ତି ସେଠାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଅନୁରୂପ ଭାବରେ ପାଇକାସିଦା ଗ୍ରାମ ପଞ୍ଚାୟତରେ ନବ ନିର୍ବାଚିତ ସରପଞ୍ଚ ସରସ୍ଵତୀ ସେଠୀଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ରିତାଞ୍ଜଳୀ ଦାସ ଓ ସହକାରୀ ଅଧିକାରୀ ପ୍ରଦିପ୍ତ ପ୍ରଧାନଙ୍କ ଉପସ୍ଥିତିରେ ୨ ନମ୍ବର ୱାର୍ଡ଼ ସଭ୍ୟଙ୍କୁ ଛାଡ଼ି ଅନ୍ୟ ୧୨ ଜଣ ନବ ନିର୍ବାଚିତ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ନିର୍ଦ୍ଵନ୍ଦରେ ୪ ନମ୍ବର ୱାର୍ଡ଼ସଭ୍ୟ ଶଶାଙ୍କ ଶେଖର ଅଚାର୍ଯ୍ୟ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ସେଠାରେ ବରିଷ୍ଠ ନାଗରିକ ଶମ୍ଭୁନାଥ ଦାସ, ସରପଞ୍ଚ ପ୍ରତିନିଧି ପୁରୋଶତ୍ତମ ସେଠି, ସମାଜସେବୀ ନରୋତ୍ତମ ସେଠି ଉପସ୍ଥିତ ଥିବା ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟାଙ୍କୁ ନିଷ୍ଠାପର ସହିତ ଆଗାମୀ ପାଞ୍ଚ ବର୍ଷ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ ।

ରିପୋର୍ଟ : ଭୂପତି ପରିଡା