ଶରୀରକୁ ମଜବୁତ ଏବଂ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କି : ତେବେ ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଦୁଇଟି ଜିନିଷ…

(ସମୃଦ୍ଧ ଓଡିଶା) ବିଶୃଙ୍ଖଳିତ ଜୀବନଶୈଳୀ ଏବଂ ଅନିୟମିତ ଖାଦ୍ୟପେୟ କାରଣରୁ ଆଜିକାଲି ଅନେକ ଲୋକ ଦୁର୍ବଳତାର ଶିକାର ହେଉଛନ୍ତି । ଏହି ଦୁର୍ବଳତାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ରାସାୟନିକ ଔଷଧ ସେବନ କରୁଛନ୍ତି । ଏହା ଦ୍ବାରା ବିଭିନ୍ନ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ହୋଇଥାଏ । କିନ୍ତୁ ଯଦି କେତେକ ଘରୋଇ ଉପାୟ ଅବଲମ୍ବନ କରାଯାଏ ତେବେ କୈାଣସି ପାର୍ଶ୍ବପ୍ରତିକ୍ରିୟାର ଆଶଙ୍କା ନଥାଏ ଏବଂ ଅନେକ ଲାଭ ମିଳିଥାଏ । ଆଜି ଆମେ ଜାଣିବା ଏହିପରି ସହଜ ଉପାୟ ବିଷୟରେ ଯାହା ଦ୍ବାରା ଆପଣଙ୍କ ଶରୀର ଶକ୍ତିଶାଳୀ ଏବଂ ମଜବୁତ ହୋଇଯିବ ।
୧. ସୋୟାବିନ : ଯଦି ଆପଣ ନିୟମିତ ଭାବେ ପ୍ରତିଦିନ ସୋୟାବିନ୍ ଖାଉଛନ୍ତି ତେବେ ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ହେବ ନାହିଁ ଏବଂ ଆପଣଙ୍କ ଶରୀରରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ଯିବ ଏବଂ ଆପଣଙ୍କ ଶରୀର ଶକ୍ତିଶାଳୀ ହେବ ।
୨. ଗଜାବୁଟ : ଆପଣ ପ୍ରତିଦିନ ସକାଳେ ଉଠି ଗଜାବୁଟ ସେବନ କରନ୍ତୁ କାରଣ ଏପରି କଲେ ଶରୀର ଶକ୍ତିଶାଳୀ ହେବ। ଗଜାବୁଟରେ ଫାଇବର, କ୍ୟାଲସିୟମ୍ ଏବଂ ପ୍ରୋଟିନ୍ ଭଳି ତତ୍ତ୍ବ ରହିଥାଏ ଯାହା ଶରୀରକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା