ଲୋକସଭା ପ୍ରଭାସ ଯୋଜନାରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ

ସୋରଡ଼ା:ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା କ୍ଷେତ୍ର ରେ ଦଳର ସାଂଗଠନିକ ସ୍ଥିତି ସମୀକ୍ଷା କରିବା ପାଇଁ ଭାରତର କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜର୍ଦୋଷି ଙ୍କ ଦୁଇଦିନିଆ ଗଞ୍ଜାମ ଗସ୍ତ ଆଜି ସମାପ୍ତ ହୋଇଛି। ଗତ କାଲି ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ସମୀକ୍ଷା କରିସାରିବା ପରେ ଆଜି ସୋରଡ଼ା ବିଧାନସଭା କ୍ଷେତ୍ର ପରିଦର୍ଶନ କରିଥିଲେ ରାଷ୍ଟ୍ର ମନ୍ତ୍ରୀ। ସୋରଡ଼ା ବିଧାନ ସଭା କ୍ଷେତ୍ର ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଗାଙ୍ଗପୁର ପଞ୍ଚାୟତ ମଣ୍ଡଳ ରେ ଆୟୋଜନ ହୋଇଥିଲା ଏହି ସମୀକ୍ଷା ବୈଠକ। ସମୀକ୍ଷା ରେ ଗାଙ୍ଗପୁର ମଣ୍ଡଳ ଅନ୍ତର୍ଗତ ୩୬ ଗୋଟି ବୁଥ କମିଟି ର ପ୍ରାୟ ୪୦୦ କର୍ମକର୍ତ୍ତା ଯୋଗଦେଇଥିବା ବେଳେ ସଞ୍ଚାଳନ ସମିତି ଓ ନିର୍ବାଚନ ମଣ୍ଡଳୀ କୋର କମିଟି ମଧ୍ୟ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ରେ କେନ୍ଦ୍ରୀୟ ଯୋଜନା ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା,ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା,ପ୍ରଧାନ ମନ୍ତ୍ରୀ ଆଵାସ ଯୋଜନା ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନା ର ଲାଭ ହିତାଧିକାରୀ ମାନେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ଚଳିତ ମାସ ୮ ତାରିଖ ରେ ପ୍ରଧାନ ମନ୍ତ୍ରୀ ଙ୍କ ୯ ବର୍ଷ ସମାପ୍ତ ହେଉଥିବା ବେଳେ ଏହା କୁ ଦୃଷ୍ଟି ରେ ରଖି ବ୍ୟାପକ ଜନ ସଂପର୍କ ଓ କାର୍ଯ୍ୟକ୍ରମ ହାତକୁ ନେବାକୁ ମନ୍ତ୍ରୀ ଉପଦେଶ ଦେଇଥିଲେ। ଆଗମୀ ଦିନ ରେ ପ୍ରଧାନ ମନ୍ତ୍ରୀ ଙ୍କ ସଫଳ ଯୋଜନା କୁ ନେଇ ବିଜେପି ନିର୍ବାଚନ ମଇଦାନ ରେ ଓହ୍ଲାଇବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ। ଜିଲ୍ଲା କିସାନ୍ ମୋର୍ଚ୍ଚା ସଭାପତି ରବୀନ୍ଦ୍ର ପାତ୍ର ମନରେଗା କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ କେନ୍ଦ୍ରୀୟ ସଂସ୍ଥା .ଦ୍ଵାରା ଏହାର ତଦନ୍ତ ପାଇଁ ଅନୁରୋଧ କରିଥିଲେ। ସମୀକ୍ଷା କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲିକ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଦେବରାଜ ମଲିକ ତଥା ସୋରଡ଼ା ଗୋପାଳପୁର ଶାସନ ସରପଂଚ, ଅନିତା ପ୍ରିୟ ଦର୍ଶିନି,ମହେଶ ମହାନ୍ତି, ରଞ୍ଜନ ପୋଲେଇ, ବିଧାନସଭା ପ୍ରଭାରୀ ପ୍ରଦୀପ ସାହୁ ଙ୍କ ସମେତ ଜିଲ୍ଲା ଓ ରାଜ୍ୟ ର ବିଭିନ୍ନ ପଦାଧିକାରୀ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ। ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମୀକ୍ଷା ବୈଠକ ରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ରେ ସମସ୍ତ ବୁଥ କମିଟି,ଶକ୍ତି କେନ୍ଦ୍ର, ପନ୍ନା ପ୍ରମୁଖ,କୋର କମିଟି, ସଞ୍ଚାଳନ ସମିତି ଗଠନ ସରିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ମୋ ବୁଥ ସବୁଠୁ ମଜବୁତ୍ ନାରା କୁ ନେଇ ନିର୍ବାଚନ ଲଢି ବିଜେପି କୁ ବହୁମତ ଦେବା ପାଇଁ ଅନୁରୋଧ କରିଥିଲେ

ରିପୋର୍ଟ:ଆଶୁତୋଷ ପଟ୍ଟନାୟକ