ଲୋକସଂଖ୍ୟା ଅନୁଯାୟୀ ୫ମ ରାଜ୍ୟ ଓ ୧୫ତମ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ ହେବ ଖର୍ଚ୍ଚ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେ ପ୍ରତି ପଞ୍ଚାୟତ ସମିତିକୁ ଲୋକ ସଂଖ୍ୟା ଅନୁଯାୟୀ ୫ମ ରାଜ୍ୟ ଅର୍ଥ କମିଶନ ଓ ୧୫ତମ କେନ୍ଦ୍ର ଅର୍ଥ କମିଶନଙ୍କ ଅନୁଦାନ ଖର୍ଚ୍ଚ ହେବ ବୋଲି ଜଳେଶ୍ୱର ପଞ୍ଚାୟତ ସମିତି ବୈଠକରେ ସରକାରଙ୍କ ନିତିନୀୟମ ସଂପର୍କରେ କୁହାଯାଇଛି । କିନ୍ତୁ ଏହି ଅର୍ଥର ୫୦ଭାଗ ପାନୀୟଜଳ ଲାଗି ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରାଯାଇଛି । ଜଳେଶ୍ୱର ପଞ୍ଚାୟତ ସମିତି କକ୍ଷରେ ବିଡିଓ ଦିପ୍ତିରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ୩୫ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ପିଇଓମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୫ମ ରାଜ୍ୟ ଅର୍ଥ କମିସନର ଓ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନରଙ୍କ ଠାରୁ ମିଳିବାକୁ ଥିବା ଅର୍ଥ କିପରି ଜନସେବାରେ ନିୟୋଜିତ ହେବ ସେଥିନେଇ ବିଷଦ ବିବରଣୀ ଜିପିଓ ମାୟାଧର ମଲ୍ଲିକ କହିଥିଲେ । ପ୍ରତି ବିଦ୍ୟାଳୟର ପ୍ରଇମ ଶ୍ରେଣୀରୁ ୮ମ ଶ୍ରେଣୀ ଯାଏ ବିଶୁଦ୍ଧ ପାଣି ଯୋଗାଣ, ପାଠାଗାର, ବିଦ୍ୟୁତ୍‌, ଖେଳପଡିଆ ଓ ଆସବାବପଦ୍ର କିଣିବା ଲାଗି ଅର୍ଥ ଖର୍ଚ୍ଚ ହେବା ସଂପର୍କରେ କୁହାଯାଇଛି । ଏହା ବ୍ୟତିତ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣିଧନ ଚିକିତ୍ସାଳୟ, ଏସଇଇଏମ୍‌ଙ୍କ ଦରମା, ପରିବେଶ ସନ୍ତୁଳନ, ପରିଚ୍ଛନ୍ନତା, ଗାଁ ହାଟର ଉନ୍ନତି, ପ୍ରତିପଞ୍ଚାୟତରେ ଥିବା ରାଜିବଗାନ୍ଧି ସେବାକେନ୍ଦ୍ରରେ କୋଭିଦ୍ ସେଣ୍ଟର ଖୋଲିବା, ୫/୬ଟି ପଞ୍ଚାୟତକୁ ନେଇ କୋଭିଦ୍ କ୍ଲୋଷ୍ଟର ଖୋଲିବାରେ ଆବଶ୍ୟକ ଅର୍ଥ ଏହି ୨ ଅର୍ଥ କମିଶନଙ୍କଠାରୁ ମିଳିବାକୁ ଥିବା ଅର୍ଥ ଖର୍ଚ୍ଚ ହେବ ବୋଲି କୁହାଯାଇଛି । ବିଡିଓ ଶ୍ରୀ ସେଠୀ ଏ ସଂପର୍କରେ ବିଷଦ ସୂଚନା ଦେବା ସହିତ ନିର୍ବାଚିତ ପ୍ରତିନିଧି ଓ ପିଇଓଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତ ସମିତି ଅଧ୍ୟକ ସବିତା ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା