ଲିମିଗାଁ ବିଦ୍ୟାଳୟରେ ବାର୍ଷିକ ଉତ୍ସବ: ପଲିଥିନ ବର୍ଜନ ସହ ଗଛ ଲଗାଇବାକୁ ଆହ୍ୱାନ…

ପାତ୍ରପୁର(ସମୃଦ୍ଧ ଓଡିଶା)ପାତ୍ରପୁର ବ୍ଳକ ତୁରୁବୁଡି ପଞ୍ଚାୟତ ଲିମିଗାଁ ବିଦ୍ୟାଳୟରେ ଦିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ଫୋରମ୍ ଫର ଗଞ୍ଜାମର ଆବାହକ ସୁଧିର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବାସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବୃକ୍ଷରୋପଣ ଓ ପଲିଥିନ ବର୍ଜନ କରିବାକୁ ଲାଗି ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଶାନ୍ତନୁ କୁମାର ରଣା ଯୋଗଦେଇ ଶିକ୍ଷା ଦ୍ୱାରା ସମସ୍ତ ଅନ୍ଧକାର ଦୁରୀଭୂତ ହୋଇପାରିବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ରାଜ୍ୟ ଶିକ୍ଷକ ସଂଘ ସଭାପତି ରାଜେଶ କୁମାର ମହାନ୍ତି, ସାମ୍ବାଦିକ ପ୍ରଶାନ୍ତି ରାଣୀ ମିଶ୍ର, ଏବିଇଓ ସୀମାଞ୍ଚଳ ପାଇକ, ପୁର୍ବତନ ସରପଞ୍ଚ ଦୁର୍ଯୋଧନ ସାହୁ, ସିଆରସିସି ଚନ୍ଦ୍ରକାନ୍ତ ଚୈଧୁରୀ ପ୍ରମୁଖ ପ୍ରମୁଖ ମଞ୍ଚାସିନ ରହିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପୁରୁଷୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସହାୟକ ଶିକ୍ଷକ ସିମାଞ୍ଚଳ ବେହେରା ସହଯୋଗ କରିଥିବା ବେଳେ ବହୁ ଅଭିଭାବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା