ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟା ଶିଳ୍ପୀକାର ଚିତାକର୍ଷକ ନୃତ୍ୟ ପରିବେଷଣ

ଭୁବନେଶ୍ଵର(ସମୃଦ୍ଧଓଡିଶା)ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ଶିଳ୍ପୀକା ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମେ ରାୟଗଡ଼ାର ସରଞ୍ଚଣା ପକ୍ଷରୁ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ବାଙ୍କିର ଗୁରୁ ସନାତନ ନାୟକ ଓ ସାଥୀଙ୍କ ଦ୍ବାରା ଡ୍ୟାନ୍ସ ଡ୍ରାମା ଚର୍ଚ୍ଚିକା ନୃତ୍ୟ ଆକର୍ଷଣୀୟ ହୋଇଥିଲା। ସେହିପରି ଛତିଶଗଡ଼ ଭିଲାଇରୁ ଆସିଥିବା ଡ଼ ରାଖି ରାୟ ଓ ସାଥୀଙ୍କ ଦ୍ବାରା ଭାରତନାଟ୍ୟମ୍‌ ପରେ ଶିଳ୍ପୀକା ପକ୍ଷରୁ ବିଭିନ୍ନ କ୍ରୀଏଟିଭ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ମମତା ଶତପଥି ଓ ସାଥୀଙ୍କ ଢ଼େଙ୍କାନାଳର ସଙ୍ଗମ ଅନୁଷ୍ଠାନର ଲୋକ ନୃତ୍ୟ ପରିବେଷଣ ହୋଇଥିଲା। ଶେଷରେ ସୁକନ୍ୟା ଭାରତୀୟ ସାଂସ୍କୃତିକ ଟ୍ରଷ୍ଟ ପକ୍ଷରୁ କ୍ରୀଏଟଇଭ୍‌ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲ। ଏଥିରେ ଅତିଥି ଭାବେ ପୂର୍ବତନ ପ୍ରଶାସକ ଅଶୋକ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପରିବେଶବିତ ବିପିନ ମିଶ୍ର, ସମାଜସେବୀ ଚିନ୍ମୟାନନ୍ଦ ବଡ଼ଜେନା, ଗୌରହାରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡାଙ୍କ ନିର୍ଦେଶନାରେ ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ । ଏଥିରେ ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ରମାକାନ୍ତ ରାଉତରାୟ , ବିଶ୍ୱନାଥ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର