ଲାଲକିଲ୍ଲାରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ପାଳନ ଅବସରରେ ହିଞ୍ଜିଳିରୁ ୨ ଜଣଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା)ଆସନ୍ତାକାଲି ଦେଶ ପାଳନ କରୁଛି ୭୭ତମ ସ୍ୱାଧୀନତା ଦିବସ I ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲାରେ ହେବ ପତାକା ଉତ୍ତୋଳନ I ଭାରତର ପ୍ରଧାନ ମନ୍ତ୍ରୀ ଜାତୀୟ ପତାକା ଆସନ୍ତା କାଲି ସକାଳେ ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିବେ I ସେଥିପାଇଁ ବ୍ୟାପକ ଆୟୋଜନ କରାଯାଉଛି I ଏଥିରେ ଦେଶର ବହୁ ବଡ଼ ବଡ଼ ବ୍ୟକ୍ତି କେନ୍ଦ୍ରୀୟ ମନ୍ତ୍ରୀମାନେ ଯୋଗଦେବେ I ଦେଶର ଏଭଳି ଏକ ସ୍ୱତନ୍ତ୍ର ଜାତୀୟ ଉତ୍ସଵରେ ଅଂଶ ଗ୍ରହଣ କରିବାକୁ ମୁଖମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁର ସାରୁ ଗ୍ରାମର ଭିକାରି ଦାସ ଓ ସାବିତ୍ରୀ ଦାସଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରିତ କରାଯାଇଥିବା ଖବର ମିଳିଛି I ଆଜି ସେମାନେ ନୂଆଦିଲ୍ଲୀ ଗସ୍ତ କରିଥିବା ଜଣାପଡିଛି I ଏଭଳି ଏକ ଜାତୀୟ ଦିବସରେ ସ୍ୱତନ୍ତ୍ର ଅତିଥିଭାବେ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ନୂଆଦିଲ୍ଲୀ ଗସ୍ତ କରିଥିବାରୁ ସେମାନଙ୍କ ଗସ୍ତକୁ ସମୃଦ୍ଧ ଓଡିଶା ଅଭିନନ୍ଦନ ଜଣାଇବା ସହ ମୁଖମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି I

ରିପୋର୍ଟ : ରଜତ କୁମାର ପଟ୍ଟନାୟକ