ଲକଡାଉନ ଅବମାନନା: ଆମ୍ବୁଲାନ୍ସରେ ଯାଉଥିବା ୬ ଜଣକୁ ପୋଲିସ କାବୁ କରିଛି…

ରାୟଗଡା(ସମୃଦ୍ଧ ଓଡିଶା)ଏକୋଇଶି ଦିନିଆ ଲକଡାଉନର ଆଜି ହେଉଛି ଷଷ୍ଠ ଦିନ । ଲକ୍ ଡାଉନର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି ।  ବନ୍ଦ ଯୋଗୁ ଶୂନଶାନ ହୋଇପଡୁଛି ରାସ୍ତା ଘାଟ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଯାହା ଘରୁ ବାହାରୁଛନ୍ତି ସେତିକି ପୁଣି ସକାଳ ବେଳା କେବଳ । କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି ଲୋକେ । ଓଡ଼ିଶା ସହ ଲାଗିଥିବା ବିଭିନ୍ନ ରାଜ୍ୟରେ ସୀମା ସିଲ୍ ଲାଗି ନିଆଯାଇଛି ପଦକ୍ଷେପ ।  ଯେଉଁଠି କାଁ ଭାଁ ଲୋକେ ମାନୁନାହାନ୍ତି, ସେଠାରେ ପୋଲିସର ତାଗିଦ ଦେଖିବାକୁ ମିଳୁଛି । କିଛି କିଛି ସ୍ଥାନରେ  ଆଇନ ଖିଲାପକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ ପ୍ରଶାସନ ।  ଏମିତି ଅନେକ ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଥିବା ବେଳେ ରାୟଗଡାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।କରୋନା ମୁକାବିଲା ପାଇଁ  ରାୟଗଡ଼ାରେ ଲକଡାଉନ ସମୟରେ ଗଳାବାଟ ଖୋଜି ଆମ୍ବୁଲାନ୍ସରେ ୬ ଜଣ  ଲୋକ ଓଡ଼ଗାଁରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବେଳେ ରାୟଗଡା ପୋଲିସ କାବୁ କରିଛି । ପୋଲିସ ଆମ୍ବୁଲାନ୍ସ ସହ ଡ୍ରାଇଭର ଏବଂ ଯାତ୍ରୀମାନଙ୍କୁ ଥାନାରେ ରଖିଥିବା ଖବର ହସ୍ତଗତ ହୋଇଛି ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ