ଲକଡାଉନ ଅବଧି ବଢ଼ାଇ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ : ପୂର୍ବତନ ବିଧାୟକଙ୍କ ପଶୁଙ୍କ ପ୍ରତି ଦୟା ଯୋଗୁଁ ଧନ୍ୟବାଦ…

ପଦ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏପ୍ରିଲ ୩୦ ଯାଏଁ ଲକଡାଉନ ବଢାଇବା ଘୋଷଣାକୁ ସବୁ ବର୍ଗର ଲୋକେ ସ୍ୱାଗତ କରିଛନ୍ତି । ଲଗଡାଉନ ଯୋଗୁଁ ଅନେକ ରାଜନୈତିକ ତଥା ଅଣ ରାଜନୈତିକ ଦଳ, ସ୍ଵେଚ୍ଛାସେବୀ ସଂଗଠନ ମାନେ ବିଭିନ୍ନ ସ୍ଥାନରେ ଅସହାୟମାନଙ୍କୁ ସହାୟତାର ହାତ ବଢାଉଥିବାର ଦେଖିବାକୁ ମିଳୁଛି । ଏହି ମହାବିପତ୍ତି ସମୟରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାସ୍ତାରେ ବୁଲୁଥିବା ଜୀବଜନ୍ତୁ । ସେମାନଙ୍କୁ ମଧ୍ୟ କିଛି ସ୍ଵେଚ୍ଛାସେବୀ ଖାଦ୍ୟର ବ୍ୟବସ୍ଥା କରୁଛନ୍ତି । ବର୍ତ୍ତମାନ ହୋଇଥିବା ଲଗଡାଉନ ଯୋଗୁଁ ପର୍ଯ୍ୟଟନ ସ୍ଥଳୀମାନଙ୍କୁ ପର୍ଯ୍ୟଟକ ମାନେ ଆସି ପାରୁନାହାନ୍ତି । ସେଥିପାଇଁ ପଦ୍ମପୁରର ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତ ତାଙ୍କର କିଛି କର୍ମୀଙ୍କୁ ନେଇ ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ପହଞ୍ଚି ମାଙ୍କଡ଼ ମାନଙ୍କୁ ଖାଇବାକୁ ଦେଇଥିଲେ । ତାଙ୍କର ଉଦ୍ଦେଶ୍ୟ ହେଉଛି ଯେହେତୁ ଲଗଡାଉନ ପାଇଁ ପର୍ଯ୍ୟଟକ ଆସୁନାହାଁନ୍ତି ସେଥିପାଇଁ ମାଙ୍କଡମାନଙ୍କୁ ଖାଦ୍ୟ ମିଳୁନଥିବା କାରଣରୁ ସେ ନିଜ ହାତରେ ଖାଦ୍ୟ ବାଣ୍ଟିଥିଲେ । ପୁର୍ବତନ ବିଧାୟକଙ୍କ ଏହିଭଳି ଜୀବଜନ୍ତୁମାନଙ୍କ ପ୍ରତି ଦୟା ଭାବ ଯୋଗୁଁ ସେ ନିଶ୍ଚିତ ଭାବେ ଭଗବାନଙ୍କ ଆଶୀର୍ବାଦ ପାଇବେ ବୋଲି ବୁଦ୍ଧିଜୀବୀ ମାନେ କହୁଥିବା ବେଳେ ଏହା ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବରେ ଉଦାହରଣ ସୃଷ୍ଟି କରିବ ।

ରିପୋର୍ଟ – ନିରୋଜ କୁମାର ପାଣୀ