ରୟତ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ତାମ୍ପରା ପାଟତଡ ରୟତ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ରୟତ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଯେ, ପୋଡାପଦର, ହୁମର, ଛତ୍ରପୁର ଓ ପାଲିଆ ଛତ୍ରପୁର ରୟତମାନଙ୍କ ତାମ୍ପରା ପାଟତଡରେ ବିଲ ଓ ପଦର ରହିଛି । ତାମ୍ପରା ହ୍ରଦ ଠାରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହି ଏକ ପାଚେରୀ ନିର୍ମାଣ କରାଯାଉଛି । ଫଳରେ ରୟତମାନେ କେଉଁ ରାସ୍ତାରେ ବିଲ ଓ ପଦରକୁ ଫସଲ ଆଦାୟ କରିବେ, ଚାଷ କରିବା ପାଇଁ ହଳ, ଶଗଡ, ଟ୍ରାକ୍ଟର ଗୁଡିକ ନେଇପାରିବେ ନାହିଁ । ଗ୍ରାମ୍ୟ ଜଙ୍ଗଲ ରାସ୍ତା ଯାହାକି ଜବରଦଖଲ ରହିଥିଲା ତାହା ଗତଥର ରାସ୍ତା ନିର୍ମାଣ ସମୟରେ ଆମ୍ଭଙ୍କୁ ପ୍ରସ୍ତାବିତ ରାସ୍ତା ପାଇଁ ଆବେଦନ କରିଥିଲୁ । କିନ୍ତୁ ବର୍ତ୍ତମାନ ଚାଷୀ ମତ ଓ ଲୋକ ମନୋନୀତ ସଭା ନ କରି ରାସ୍ତା ନିର୍ମାଣ ଯୋଗୁଁ ଚାଷୀମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବପୁରୁଷ ଠାରୁ ଏହି ସ୍ଥାନରେ ରହିଅଛୁ । କିନ୍ତୁ ଆଜି ତାମ୍ପରାରୁ ସୌନ୍ଦର୍ଯ୍ୟ ଓ ଉନ୍ନତି କରଣ ହେଲେ ବି ଆମ୍ଭେ ପ୍ରୋଟେକସନ୍ ୱାଲ୍ ଦ୍ୱାରା ନିଜର ଜାଗାକୁ ଉନ୍ନତି କରିବାରୁ ବଞ୍ଚିତ ହେବୁ । ଆମ୍ଭେ ଫସଲ ସଠିକ୍ ଆଦାୟ ନ କଲେ କିପରି ଚାଷୀ ଋଣ ସୁଝିବୁ ବୋଲି ଅଭିଯୋଗ କରିଛନ୍ତି । ଏଣୁ ରୟତମାନଙ୍କ ସୁବିଧା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍ତମ ପଦକ୍ଷେପ ଗ୍ରହଣ କରିବାକୁ ଆଜି ଜିଲ୍ଲାପାଳଙ୍କୁ ରୟତ ସଂଘ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା