ରୋଡ଼ ଏକିସିଡେଣ୍ଟରେ ୩ ମୃତ : ୨ ଜଣ ଦମ୍ପତି ଛତ୍ରପୁରର

ପୁରୀ(ସମୃଦ୍ଧଓଡିଶା)ଆଜି ଏବେ ଏବେ ବସ୍‌-ବାଇକ୍‌ ଧକ୍କାରେ ସ୍ବାମୀ, ସ୍ତ୍ରୀ ସହ ୩ ମୃତ । ମଙ୍ଗଳାହାଟ ବାଇପାସ୍‌ର ଓଁକାରେଶ୍ବର ମନ୍ଦିର ପାଖରେ ଘଟିଲା ଦୁର୍ଘଟଣା। ନିର୍ବନ୍ଧ ଭୋଜି ଖାଇ ବାଇକ୍‌ରେ ଫେରୁଥିବା ବେଳେ ଧକ୍କା ଦେଲା ବସ୍ । ଘଟଣାରୁ ପ୍ରକାଶ ଯେ ପୁରୀ ଓମ୍‌କାରେଶ୍ୱର ଛକ ନିକଟରେ ଏକ ସ୍କୁଟିକୁ ବସ୍‌ଟିଏ ଧକ୍କା ଦେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି। ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁରର ସତ୍ୟନାରାୟଣ ଦାସ (୫୫) ଓ ତାଙ୍କ ପତ୍ନୀ ଗାୟତ୍ରୀ ଦାସ (୫୦) ଏବଂ ପୁରୀର ରାକେଶ ନନ୍ଦ। ସତ୍ୟନାରାୟଣ ତାଙ୍କ ଭଣଜାଙ୍କ ନିର୍ବନ୍ଧରେ ଯୋଗ ଦେବାକୁ ପତ୍ନୀ ଗାୟତ୍ରୀଙ୍କ ସହିତ ପୁରୀ ଶଙ୍କରେଶ୍ୱର ମନ୍ଦିରକୁ ଆସିଥିଲେ। ନିର୍ବନ୍ଧ ଶେଷ ହେବା ପରେ ସେମାନେ ସେଠାରେ ଭୋଜନ କରିଥିଲେ। ତା’ପରେ ଭଣଜାଙ୍କ ସାଙ୍ଗ ରାକେଶ ନନ୍ଦଙ୍କ ସ୍କୁଟିରେ ବସି ସେମାନେ ସେଠାରୁ ଫେରୁଥିଲେ। ସେମାନେ ଜାତୀୟ ରାଜପଥ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍‌ ଡ୍ରାଇଭର ବାସେଳି ସାହି ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ରିପୋର୍ଟ : ପ୍ରଭାତ କୁମାର ବେହେରା