ରୋଟାରୀ କ୍ଳବ ଭଞ୍ଜନଗର ଓ ଶିକ୍ଷକଙ୍କ ତରଫରୁ ସହାୟତା ପ୍ରଦାନ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ କୋଭିଡରେ ମୃତ୍ୟୁ ବରଣ କରିଥିବା କୋଭିଡ ଯୋଦ୍ଧା ଶିକ୍ଷକ ଶ୍ରୀ କୁଶଧ୍ଵଜ ସେଠୀଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି । ଏକ ମାସ ନିମିତ୍ତ ରାସନ ସାମଗ୍ରୀ ,କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏକ ମାସରର ଦରମା( ଟ.୬୬୬୬) ବାବଦକୁ ଚେକ ଶୋକ ସନ୍ତପ୍ତ ପରିବାରକୁ ଭେଟି ପ୍ରଦାନ କରାଯାଇଛି । ରୋଟାରୀ କ୍ଳବ ସଭାପତି ପଞ୍ଚାନନ ମିଶ୍ର, ସେକ୍ରେଟେରୀ ରଞ୍ଜିତ ବାରିକ, ରୋଟାରି କ୍ଳବ ପୂର୍ବତନ ସଭାପତି ତଥା କୁଲାଡ କବି ସମ୍ରାଟ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଳିକ, ବାହାଡା ପଦର ପ୍ରଧାନ ଶିକ୍ଷକ ତଥା ରୋଟାରୀ କ୍ଳବ ପୂର୍ବତନ ସଭାପତି ସନ୍ତୋଷ ଜେନା, ରୋଟାରୀଆନ ତଥା କ୍ଳବ ଫାଉଣ୍ଡେସନ ଚେୟାରମେନ ଜେ.ବିଶ୍ୱଜିତ ପୃଷ୍ଟି, ରୋଟାରୀ କ୍ଳବର ଅନ୍ୟତମ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳଙ୍କ ସମେତ ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସହାୟତା ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି । ଏତଦ୍ ବ୍ୟତୀତ ପୂର୍ବରୁ ଦଦରାଲୁଣ୍ଡା କ୍ଳଷ୍ଟର ଜି.ରମ୍ଭା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁବାସିନୀ ତ୍ରିପାଠୀ, ଏନ୍.ଏ.ସି କ୍ଳଷ୍ଟର ହାର୍ଟ ନଗର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୋତ୍ସାଦେବୀ, ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଟି.ଜେ.ବି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଲାଲସିଂ ଧନଞ୍ଜୟ ନଗର ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନମିତା କୁମାରୀ ଦାଶ, କଇଁଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାରାଣୀ ମହାପାତ୍ର, ଗୋଲାପଡା କ୍ଳଷ୍ଟର ସି.ଆର୍.ସି.ସି ଦେବୀ ପ୍ରସାଦ ଦାଶ ତଥା ନାରାୟଣ ପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଷମା ରାୟଗୁରୁ,ସାନକୋଦଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମତା ପ୍ରଧାନ ପ୍ରମୁଖ ବହୁତ ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା ପ୍ରଦାନ କରିଥିବା କଥା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଅସମୟରେ ତାଙ୍କ ପରିବାର ନିକଟରେ ଛିଡା ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସେମାନେ ଧନ୍ୟବାଦ ଅର୍ପଣ କରିଛନ୍ତି ।