ରୋଟାରୀ କ୍ଲବ ସଭାନେତ୍ରୀଙ୍କୁ ସେଭେନ ଷ୍ଟାର ପୁରସ୍କାର…

ଛତ୍ରପୁର (ସମୃଦ୍ଧ ଓଡିଶା) ୨୦୨୦-୨୧ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଛତ୍ରପୁର ରୋଟାରୀ କ୍ଳବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ଶ୍ରେଷ୍ଠ ସଭାପତି ଭାବେ ସମ୍ମାନିତ କରାଯାଇଛି । ରବିବାର ଦିନ ଭୁବନେଶ୍ୱର ସ୍ଥିତ ହୋଟେଲ କ୍ରାଉନ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀମତୀ ମହାନ୍ତିଙ୍କୁ ସେଭେନ ଷ୍ଟାର ସଭାପତି ଭାବେ ସମ୍ମାନିତ କରାଯାଇଥିଲା । ରୋଟାରୀ ଆନ୍ତର୍ଜାତିକ ଜିଲ୍ଲା ୩୨୬୨ର ଜିଲ୍ଲା ଗଭର୍ଣ୍ଣର ସୌମ୍ୟରଞ୍ଜନ ପାଣି ଓ ପ୍ରଥମ ମହିଳା ସରିତା ପାଣି ରେଖା ମହାନ୍ତିଙ୍କୁ ସେଭେନ ଷ୍ଟାର ଟ୍ରଫି, ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ସମଗ୍ର ଓଡିଶା ସମେତ ପଡୋଶୀ ପଶ୍ଚିମବଙ୍ଗ, ବିହାର ଓ ଛତିଶଗଡ଼ର ସୀମାନ୍ତ ଅଞ୍ଚଳର ୧୧୪ଟି ରୋଟାରୀ କ୍ଲବ ଶାଖାକୁ ନେଇ ରୋଟାରୀ ଜିଲ୍ଲା ୩୨୬୨ ଗଠିତ । ଏହି ରୋଟାରୀ ଜିଲ୍ଲାର ସମସ୍ତ ଶାଖା ପକ୍ଷରୁ ୨୦୨୦-୨୧ ବର୍ଷରେ କରାଯାଇଥିବା କାର୍ଯ୍ୟକ୍ରମ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ, ଶିକ୍ଷକଙ୍କୁ ଦେଶ ନିର୍ମାତା ସମ୍ମାନ, ଡାକ୍ତରଙ୍କୁ ସମ୍ମାନ, କୋଭିଡ ସହାୟତା ବଣ୍ଟନ, ଇ ବିଦ୍ୟାଳୟ, ହ୍ୟାପି ସ୍କୁଲ ଓ କୋଭିଡ ପରବର୍ତ୍ତୀ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ ପାଇଁ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କୁ ଏହି ପୁରସ୍କାର ମିଳିଥିବା ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା