ରୋଟାରି କ୍ଲୁବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରୋଟାରି କ୍ଲୁବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସମ୍ପ୍ରତ୍ତି କରୋନା ଭୁତାଣୁ ସଂକ୍ରମିତର ଘଡିସନ୍ଧି ମୁହୂର୍ତରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୂର କରିବା ପାଇଁ ବ୍ରହ୍ମପୁର, ଧର୍ମ ନଗର ସ୍ଥିତ ଶୁଭମ ସେଲିବ୍ରିସେନ ଠାରେ ରୋଟାରି କ୍ଲୁବ, ଗଞ୍ଜାମ ଚାମ୍ବର ଅଫ କର୍ମସ, ଇନର ୱଇଲ କ୍ଲୁବ ଅଫ ବ୍ରହ୍ମପୁର,ଦl ଟେକ୍ସ ବାର ଏସୋସେସନ ବ୍ରହ୍ମପୁର,ଏଭିବିଡି ବ୍ରହ୍ମପୁର, ନୋବେଲ କର୍ଜ୍ଜ ବ୍ରହ୍ମପୁର ଓ ଆଇସିଏଆଇ ବ୍ରହ୍ମପୁର ବ୍ରାଞ୍ଚ ତରଫରୁ ମିଳିତ ଆନୁକୂଲ୍ୟରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସାସଂଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାମାନଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଜଣାଇ ଥିଲେ l ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବିଧାୟକ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରୋଟାରି କ୍ଲୁବର ସଭାପତି ପାର୍ଥ ସାରଥୀ, ସମ୍ପାଦକ ଆର ଏଲ ତରୁଣ, ଡାଏରେକ୍ଟର ଲଳିତ ମଙ୍ଗରାଜ, ଟେକ୍ସ ବାରର ସଭାପତି ରଞ୍ଜିତ ପାଢ଼ୀ, ଏଭିବିଡି ସଭାପତି ରମାକାନ୍ତ ରଥ, ଇନର ବିଲ୍ଲ କ୍ଲୁବର ସଭାପତି ବନ୍ଦିତା ତ୍ରିପାଠୀ, ଗଞ୍ଜାମ ଚେମ୍ବର ଅଫ କମର୍ସର ସଭାପତି ଇପାରି ଶିବ ପ୍ରସାଦ, ଆଇସିଏଆଇ ବ୍ରହ୍ମପୁର ବ୍ରାଞ୍ଚ ଚେରମେନ ଡିଏଲ ନାରାୟଣ ପ୍ରମୁଖ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ l ଏହାର ମୂଳ ଲକ୍ଷ୍ୟ ହେଲା କୌଣସି ରୋଗି ରକ୍ତ ଅଭାବରୁ ମଃ ମୃତ୍ୟୁ ମୁଖରେ ନ ପଡନ୍ତି ସେ ଦୃଷ୍ଟିରୁ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ରୋଟାରି କ୍ଲୁବର ସଭାପତି ଜଣାଇଛନ୍ତି l ଏହି ଶିବିରରେ ୫୦ ୟୁନିଟି ରକ୍ତ ସଂଗ୍ରହ ହୋଇଥିବା ବେଳେ, ୪ଟି ଫେଜରେ ୪ ଦିନ ପର୍ଯ୍ୟନ୍ତ ରକ୍ତଦାନ କରିବା ସହ ପାଖପାଖି ୨୦୦ ୟୁନିଟି ରକ୍ତ ସଂଗ୍ରହ କରାଯିବ ବୋଲି ରୋଟାରି କ୍ଲୁବର ଡାଏରେକ୍ଟର ଲଳିତ ମଙ୍ଗରାଜ ଗଣ ମlଧ୍ୟମକୁ ସୂଚନା ଦେଇଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା