ରେଳ ଦୁର୍ଘଟଣାରେ ମୃତ ପରିବାରର ଜଣକୁ ସରକାରୀ ଚାକିରୀ : ମମତା

ଭୁବନେଶ୍ୱର(ସମୃଦ୍ଧଓଡିଶା)ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ପଶ୍ଚିମ ବଙ୍ଗ ପରିବାରର ଜଣକୁ ସରକାରୀ ଚାକିରୀ ଦିଆଯିବ ବୋଲି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ସେ ଆସନ୍ତା କାଲି ତାଙ୍କ ରାଜ୍ୟର ଆହତ ଯାତ୍ରୀ ମାନଙ୍କୁ ଦେଖିବାକୁ ଆସିବେ ବୋଲି ଜଣାପଡିଛି। ଭୁବନେଶ୍ୱର ଓ କଟକରେ ଚିକିତ୍ସା ହେଉଥିବା ଆହତ ମାନଙ୍କୁ ଭେଟିବେ।କଲିକତାରେ ଆଜି ଆହତ ମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଛନ୍ତି ।