ରେଲୱେର ଦାୟିତ୍ୱହୀନତା ପାଇଁ ଏତେ ବଡ଼ ଦୁର୍ଘଟଣା : ଥାନାରେ FIR

ବାଲେଶ୍ୱର(ସମୃଦ୍ଧ ଓଡିଶା) ବାହାନଗା ରେଳ ଦୁର୍ଘଟଣା ନେଇ ଏବେ ଥାନାରେ FIR ହୋଇଛି । ବାଲେଶ୍ୱର ଜିଆର୍‌ପି ଥାନାରେ ହୋଇଥିବା ଏହି FIR ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆର୍‌ପି ଥାନାର ଏସ୍‌ଆଇ ପପୁ ନାୟକଙ୍କ ପକ୍ଷରୁ FIR ଦାଖଲ ହୋଇଛି। ରେଲୱେର ଦାୟିତ୍ୱହୀନତା ପାଇଁ ଏତେ ବଡ଼ ଦୁର୍ଘଟଣା ଘଟିଗଲା ବୋଲି FIR ରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଆଇପିସି ଧାରା ଦଫା ୩୩୭, ୩୩୮, ୩୦୪-କ, ୩୪, ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ଅନୁଯାୟୀ ମାମଲା ରୁଜୁ ହୋଇଛି। ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଜଣାଯାଇଛି ।