ରୂତୁରାଜଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ପାରଳାଖେମୁଣ୍ଡି/ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ସ୍ତାନୀୟ ପ୍ରଶାସନ ତରଫରୁ ଗୁଣପୁର ଉପଜିଲ୍ଲାପାଳଙ୍କ ସଭା ଗୃହରେ ରାୟଗଡ଼ା ଜିଲ୍ଲା ପୂର୍ବତନ ପି.ଡି.ଡି.ଆର.ଡି.ଏ, ବର୍ତ୍ତମାନର କେନ୍ଦ୍ରପଡ଼ା ଜିଲ୍ଲାପାଳ ତଥା ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଅମ୍ରିତ ରୂତୁରାଜଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଗୁଣପୁର ଉପ ଜିଲ୍ଲାପାଳ ସୋନାଲ ଜେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁଣପୁର ଆଇ.ଟି.ଡି.ଏ ଅଧିକାରୀ ଗୋରାଚାନ୍ଦ ଗମାଙ୍ଗ, ମୁନିସିପାଲିଟି ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ, ଗୁଣପୁର ନବ ନିର୍ମାଣ ସମିତିର ଉପ-ସଭାପତି ଉମା ଶଙ୍କର ଦାଶ, ସମ୍ପାଦକ ରଞ୍ଜିତ କୁମାର ପାଢ଼ୀ, ସମସ୍ତ ପ୍ରଶାସନିକ କର୍ମକର୍ତ୍ତା ଏବଂ ସାମ୍ବାଦିକଙ୍କ ସମେତ ଗୁଣପୁରର ସମସ୍ତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ l ପି.ଡି.ଡି.ଆର.ଡି.ଏ ରୂତୁରାଜ (ଭା.ପ୍ର.ସେ)ଙ୍କ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ପଦୋନ୍ନତି ହୋଇଥିବାରୁ ସେ ଆଜି ଜିଲ୍ଲାରୁ ବିଦାୟ ନେଇଛନ୍ତି l ବିଦାୟ ଭାଷଣରେ ଦୀର୍ଘ ତିନିବର୍ଷର କାର୍ଯକାଳ ଭିତରେ ସମସ୍ତ ଅଧିକାରୀ, ଜନସାଧାରଣ ଠାରୁ ସ୍ନେହ ସହଯୋଗ ପାଇଥିବାରୁ ତାଙ୍କରି ସମସ୍ତ୍ କାର୍ଯ୍ୟ ସମ୍ଭବ ହୋଇପାରିଛି ବୋଲି ରୁତୁ ରାଜ ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମତବ୍ୟକ୍ତ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଗୁଣପୁର ନୂତନ ବସଷ୍ଟାଣ୍ଡ ସମ୍ମୁଖରେ ଗେଟ୍ ନିର୍ମାଣ ଓ ଗୁଣପୁର ଠାରେ ଏକ ତ୍ରି.ଡି ପାର୍କ ନିର୍ମାଣ କରିବା ନେଇ ତାଙ୍କରି ଯେଉଁ ଅଭିଳାଷ ଥିଲା ଏହାର କାର୍ଯ୍ୟକାରୀ ନିମନ୍ତେ ତାଙ୍କରି ବିଦାୟ ନେବା ପୂର୍ବରୁ ଏହାକୁ ମଧ୍ୟ କାର୍ଯ୍ୟ ଆରମ୍ଭ କରିଥିବା ସୁଚନା ଦେଇଥିଲେ । ମୋ ଜୀବନ କାଳ ପର୍ଯ୍ୟନ୍ତ ଏହି ଜିଲ୍ଲା ଓ ଖାସ କରି ଗୁଣପୁର ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ଋତୁରାଜ ପ୍ରକାଶ କରିଥିଲେ । ସେହିପରି ଉପ ଜିଲ୍ଲାପାଳଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଓ ବୁଦ୍ଧିଜୀବୀ ବୃନ୍ଦ ପି.ଡି.ଡ଼ି.ଆର.ଡ଼ି.ଏ ରୂତୁରାଜଙ୍କ କାର୍ଯଶୈଳୀ ଓ କାର୍ଯ୍ୟଦକ୍ଷତା ଉପରେ ଆଲୋକପାତ କରି ଆଗାମୀ ଦିନରେ ରୁତୁ ରାଜଙ୍କ ଭବିଷ୍ୟତର ଉଜ୍ଜଳ କାମନା କରିଥିଲେ । ରୁତୁରାଜଙ୍କ ପଦୋନ୍ନତିରେ ଗୁଣପୁର ବାସୀ ଯେତେ ଖୁସୀ ଅଛନ୍ତି ତାଠାରୁ ଏହି ଜିଲ୍ଳାରୁ ତାଙ୍କରି ବିଦାୟ ସେତିକି ମର୍ମାହତ କରିଛି ଏବଂ ଜିଲ୍ଲା ଜଣେ ସଚ୍ଚୋଟ କର୍ମଠ ଅଧିକାରୀଙ୍କୁ ହରାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା