ରୁଙ୍ଗୁଟା ମାଇନ୍ସର ପାରିପାର୍ଶ୍ବିକ ଉନ୍ନୟନ ଯୋଜନା(ସିଏସ ଆର)କାର୍ଯ୍ୟରେ ଅଞ୍ଚଳ ବାସୀ ଅସନ୍ତୁଷ୍ଟ

ଓଡାପଡା(ସମୃଦ୍ଧଓଡିଶା)ସ୍ଥାନୀୟ ରୁଙ୍ଗଟା ମାଇନ୍ସ ଇସ୍ପାତ କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଯୋଜନା ପାଇଁ ଆସୁଥିବା କାର୍ଯ୍ୟ ନ ହୋଇ ପାରିବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ ଇସ୍ପାତ କାରଖାନା ଦ୍ୱାରା ପାରିପାର୍ଶ୍ବିକ ଉନ୍ନୟନ ଯୋଜନା ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଗୁଡିକ ମନ୍ଥନ ଗତି ଓ ନିମ୍ନମାନର ହେଉଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ଅଞ୍ଚଳର ଜନ ସାଧାରଣଙ୍କ କହିବା କଥା ହେଲା ପ୍ରତିବର୍ଷ ପାରିପାର୍ଶ୍ବିକ ଉନ୍ନୟନ ଯୋଜନା କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରାମ ଗୁଡ଼ିକ କମ୍ପାନୀ କର୍ତୃପକ୍ଷଙ୍କ ମାଧ୍ୟମରେ ଅନୁମୋଦନ ପାଇଁ ଦିଆ ଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୈାଣସି ଆଞ୍ଚଳିକ କାର୍ଯ୍ୟ କରାଯାଉ ନଥିବା ଯୋଗୁଁ କର୍ତୃପକ୍ଷଙ୍କ ପାରିବା ପଣିଆ ପ୍ରତି ସୃଷ୍ଟି କରିଛି ଗ୍ରାମବାସୀଙ୍କ ସନ୍ଦେହ । ଏହିଭଳି ମନମୁଖୀ କାର୍ଯ୍ୟ ପାଇଁ ଆଗାମୀ ଦିନରେ କାରଖାନା ମୁଖ୍ୟ କାର୍ଯ୍ୟାଳୟ କେନ୍ଦୁଝର ଜିଲ୍ଲା ଚାଇଁବସା ସମେତ ମାଲିକଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆମ ପ୍ରତିନିଧିଙ୍କୁ ଅଞ୍ଚଳବାସୀ ଜଣେଇଛନ୍ତି । ଆଗାମୀ ଦିନରେ କମ୍ପାନୀ କର୍ତ୍ତୃପକ୍ଷ ଲୋକଙ୍କ କାମ କରୁଛନ୍ତି ନା ପ୍ରଚାର ପ୍ରସାରରେ ସୀମିତ ରହୁଛି ତାହା କେବଳ ଦେଖିବାକୁ ବାକି ରହିଲା ।

ରିପୋର୍ଟ : ରଜତ ମହାପାତ୍ର