ରିକାପଲ୍ଲୀ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ହାଟ ଖୋଲିବା ପାଇଁ ଦାବୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ରିକାପଲ୍ଲୀ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜିଲ୍ଲାରେ କରୋନା ନିୟନ୍ତ୍ରଣ ହୋଇଥିବାରୁ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ହାଟରେ ବ୍ୟବସାୟ କରିବା ନିମନ୍ତେ ଅନୁମତି ମିଳିନାହିଁ । ଯାହା ଫଳରେ ଚଳିତ ବର୍ଷର ମାର୍ଚ୍ଚ ମାସଠାରୁ ସେମାନେ ଜିବିକା ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଗତି କରି ଆସୁଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ହାଟ ଖୋଲିବା ପାଇଁ ଅନୁମତି ଦେଲେ ସେମାନେ ହାଟରେ ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରି ପାରିବେ । ସପ୍ତାହର ପ୍ରତ୍ୟକ ଗୁରୁବାର ଦିନ ଛତ୍ରପୁର ରିକାପଲ୍ଲୀ ହାଟ ହୋଇଥାଏ । ଏହି ହାଟକୁ ଦୁର ଦୁରାନ୍ତରୁ ଏବଂ ସ୍ଥାନୀୟ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କରୋନା ଯୋଗୁଁ ବନ୍ଦ ହୋଇଥିବାରୁ ହାଟକୁ ତୁରନ୍ତ ଖୋଲିବା ନିମନ୍ତେ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର ମହାପାତ୍ର, ପ୍ରମୋଦ ମହାପାତ୍ର, ବିଶ୍ୱନାଥ ମହାଙ୍କୁଡ, ରବିନ୍ଦ୍ର ପଣ୍ଡା,ଏମ୍ ଭାସ୍କର,ସତ୍ୟ ବାଡତ୍ୟା,ବିନାୟକ ସାହୁଙ୍କ ସମେତ ବହୁ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା