ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ହୋଲି ଉପଲକ୍ଷେ ଗ୍ରାମ ମହୋତ୍ସବ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ହୋଲି ଉପଲକ୍ଷେ ଦୁଇ ଦିନିଆ ଗ୍ରାମ ମହୋତ୍ସବ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ପ୍ରଭୁ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁ ଓ ଗ୍ରାମର ଶ୍ରୀ ଶ୍ରୀ ଗୋବିନ୍ଦରାୟ ମହାପ୍ରଭୁ ଉପସ୍ଥିତିରେ ନାମ ସଂକୀର୍ତ୍ତନ କରାଯାଇ ଗ୍ରାମର ତଥା ଆଖ ପାଖ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କୁ ସୁସଜ୍ଜିତ ତୋରଣ ଦ୍ଵାରା ଆପ୍ୟାୟିତ କରିଥିଲା । ଦୁଇଦିନ ଧରି ଶହ ଶହ ବ୍ୟକ୍ତି ପ୍ରସାଦ ସେବନ କରିବା ସହିତ ସଂକୀର୍ତ୍ତନକୁ ଉପଭୋଗ କରିଥିଲେ । ଆଜି ଶେଷ ଦିନରେ ଅତିଥି ଭାବେ ଜଳେଶ୍ଵର ଅଞ୍ଚଳର ଜଣେ ଡାକ୍ତର, ଲେଖକ ଓ ଗାଳ୍ପିକ ଭାବେ ପରିଚିତ ଡାକ୍ତର ପଦ୍ମଲାଭ ପ୍ରଧାନ, ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ ଜେନା, ବାଲେଶ୍ୱର ଜିଲ୍ଲାର ଜିଲ୍ଳାପରିଷଦ ଉପାଧ୍ୟକ୍ଷା ଅନୁଶୁୟା ପ୍ରଧାନ, ଜଳେଶ୍ଵର ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତି, ଜ୍ଞାନ ବିକାଶ ଶିଳ୍ପ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଲେଳିନ କୁମାର ପ୍ରଧାନ, ବରିଷ୍ଠ ଆଇନଜୀବି କୁଞ୍ଜ ବିହାରୀ ଦାସ, ଯୁବ ସମାଜସେବୀ ତଥା ଜୀବନବିନ୍ଦୁ ସଂଯୋଜକ ମଧୁସୂଦନ ସେନାପତି, ସମାଜସେବୀ ପ୍ରବୀର କୁମାର ଦାସ, ଯୁବନେତା କାଳୀଚରଣ ଦାସ ଓ ସରପଞ୍ଚ ଶୁଭସ୍ମିତା ଦାସ ପ୍ରମୁଖ ଉପସ୍ଥିତ ହୋଇ ପ୍ରଥମେ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ଓ ପରେ ପରେ ନବ ନିର୍ବାଚିତ ଜିଲ୍ଲା ପରିଷଦ ଉପା ଶ୍ରୀମତୀ ଅନୁସୁୟା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ ଜେନା, ବ୍ଲକ ଉପାଧ୍ୟକ୍ଷା ସଞ୍ଜିତା ସେନାପତିଙ୍କୁ ରାୟାଁରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଶୁଭସ୍ମିତା ଦାସ ଉପଢୌକନ ସହିତ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ମହୋତ୍ସବକୁ ସପନ କୁମାର ଦାସ, ଗ୍ରାମ ମୁଖ୍ୟ ଦେବବ୍ରତ ନନ୍ଦ, ଗିରିଜା ଶଙ୍କର ପ୍ରଧାନ, ଆଇନଜୀବି ବିନୋଦ ବିହାରୀ ଗିରି, ଜଳଧର ଜେନା, ପୂର୍ବତନ ସରପଞ୍ଚ ମନୋରଞ୍ଜନ ଦଳାଇ,  ପ୍ରମୋଖ ଗ୍ରାମର ଅନେକ ଯୁବକ ମାନେ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା