ରାୟଗଡ଼ା ପୌରପାଳିକା ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ପୌରପାଳିକା ଆନୁକୂଲ୍ୟରେ ଆଜି ଅଖିଳ ଭାରତ ସ୍ୱାୟତ ଶାସନ ଦିବସ-୨୦୨୦ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ସହ ପାଳିତ ହୋଇଯାଇଛି । ସ୍ଥାନୀୟ ପୌରସଂସ୍ଥା କାର୍ଯ୍ୟାଳୟ ପରିସରରେ ସକାଳ ସାଢେ ୮ଟା ସମୟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଉପସ୍ଥିତ ରହିଥିବା ବେଳେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟ ଅର୍ପଣ କରାଯାଇଥିଲା । ପୈାରାଂଚଳର ସମସ୍ତ ୱାର୍ଡବାସୀଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ସହିତ ସହରକୁ ଏକ ସୁସ୍ଥ, ସବୁଜ ଓ ପରିଚ୍ଛନ୍ନ ସହର ଭାବେ ଗଢି ତୋଳିବା ସହ ପୈାରାଂଚଳରେ ରହୁଥିବା ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଉଥିବା ସମସ୍ତ ଯୋଜନାରେ ଅର୍ନ୍ତଭୁକ୍ତ କରି ଉପକୃତ କରାଇବା । ଏବଂ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସାରକା ସଭାରେ ଉଦବୋଧନ ଦେଇଥିଲେ । ସେହିପରି ରାୟଗଡ଼ା ସହରବାସୀଙ୍କୁ କୋଭିଡ ବିପତି ସମୟରେ କରୋନା ଯୋଦ୍ଧା ସାଜି ସହରକୁ ସୁସ୍ଥ ରଖିବାରେ ପୌରସଂସ୍ଥାର ସମସ୍ତ କର୍ମଚାରୀମାନେ ଗୁରୁ ଦାୟିତ୍ୱ ନେଇଥିବାରୁ ବିଧାୟକ ଶ୍ରୀ ମୁଦୁଲି ପୈାରସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ । ରାୟଗଡ଼ା ପୈାରାଂଚଳର ୨୪ଟି ୱାର୍ଡରେ ରାସ୍ତାଘାଟ, ବିଜୁଳି, ପାନୀୟ ଜଳ ଆଦି ମୈାଳିକ ସୁବିଧା ଯୋଗାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି ଏଥିସହ କରୋନା କଟକଣା ମଧ୍ୟରେ ପୈାରସଂସ୍ଥା ତରଫରୁ ନିୟମିତ ଭାବେ ସହରକୁ ସ୍ୱଚ୍ଛ, ପରିଚ୍ଛନ ଓ ପରିଷ୍କାର ରଖାଯିବା ପାଇଁ କର୍ମଚାରୀମାନେ ନିଜ ଦାୟିତ୍ୱ ତୁଲାଇଛନ୍ତି । ଏବଂ କୋଭିଡ ମାର୍ଗଦର୍ଶିକା ଅନୁସରଣ କରିବା ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ ଜିଲ୍ଲାପାଳ ଶ୍ରୀ ବେହେରା । ପୈାର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ବାର୍ଷିକ ବିବରଣୀ ପଠନ କରି ନଗରରେ ରହୁଥିବା ସାଧାରଣ ଜନତାଙ୍କୁ ମୈାଳିକ ସୁବିଧା ଅତି ସହଜରେ ଉପଲବ୍ଧ କରିବା ପାଇଁ ପୈାରପରିଷଦ ପକ୍ଷରୁ କାର୍ଯ୍ୟ ତୁଳାଉ ଯାଉଥିବା ବୋଲି କହିଥିଲେ । ସେହିପରି ସମସ୍ତ ଅତିଥିମାନେ ପୌରସଂସ୍ଥା ପକ୍ଷରୁ ସହରବାସୀଙ୍କୁ ସମସ୍ତ ମୈାଳିକ ସୁବିଧା ସହ ସହରକୁ ବିକାଶ କ୍ଷେତ୍ରରେ ପୈାରସଂସ୍ଥାର ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରକାଶ କରିଥିଲେ । ଶେଷରେ ପୌରପରିଷଦ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ତତ୍ୱାବଧାନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ୱଚ୍ଛସାଥୀ ଭାବେ ସ୍ୱଚ୍ଛସାଥୀ ୱାଇ. ଶ୍ରୀଦେବୀ, ଜୟନ୍ତୀ ମହାନନ୍ଦିଆ ଓ ପି.କ୍ରିଷ୍ଣାବେଣୀ, ଶ୍ରେଷ୍ଠ ପୌରପରିଷଦ କର୍ମଚାରୀ ଭାବେ ଉପେନ୍ଦ୍ର ମାଝି, ସମାପିକା ପାତ୍ର, ଦେବସ୍ମିତା ପାଣିଗ୍ରାହୀ ଓ ସୁନ୍ଦରରାଓ ମିଣିଆକା, ଟିକସ ସଂଗ୍ରାହକ ଭାବେ ଭି.ଭେଙ୍କଟ ରାଓ, ଗାଡିଚାଳକ ରୂପେ ସୀତାରାମ ଖୁରା, ଜମାଦାର ଭାବେ କାଶି ବୈଦ, ଶ୍ରେଷ୍ଠ ପୁରୁଷ ଝାଡୁଦାର ଭାବେ ମଣି ଶଗଡିଆ ଓ ମହିଳା ଝାଡୁଦାର ଭାବେ ଜେ.ପଦ୍ମା ଏବଂ ୱାର୍ଡ ଅଫିସର ଭାବେ ଆଦିତ୍ୟ ନାରାୟଣ ଗଉଡଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସୁନ୍ଦର ହସ୍ତାକ୍ଷର ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସିଲା ଜ୍ୟୋସ୍ନା ପ୍ରଥମ, ପି.ନାଗମଣି ଦ୍ୱିତୀୟ ଓ ଉମା ବିଡିକା ଓ ହରପ୍ରିୟା ପ୍ରଧାନୀ ତୃତୀୟ ସ୍ଥାନ ଅଧିକାରୀ କରି ପୁରସ୍କୃତ ହୋଇଥିଲେ ।