ରାୟଗଡ଼ା ପୋଲିସ ପକ୍ଷରୁ ବିପୁଳ ପରିମାଣର ଗୁଟୁକା ଜବତ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଟାଉନ୍ ଥାନା ପୋଲିସକୁ ମିଳିଛି ବଡଧରଣର ସଫଳତା । ଗତକାଲି ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ଟାଉନ ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ ସୂତ୍ରରୁ ଖବର ପାଇଁ ଏସ ଆଇ ଶିବ ଶଙ୍କର ସାହୁ, ମାନସ ରଞ୍ଜନ ସାହୁ ଓ ଜୟସ୍ମିତା ବେହେରା ସାଇପ୍ରିୟା ନଗର  ଅଞ୍ଚଳର ତିନିଟି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ଗୁଟଖା ଜବତ କରାଯାଇଛି । ଆଉ ଏହି ଗୁଟଖା କାରବାରର କିଙ୍ଗପିନ୍ ଆଇ.ରବି କୁମାରକୁ ପୋଲିସ ଗିରଫ୍ କରି ଅଧିକ ପଚରାଉଚରା କରୁଛି । ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ରାୟଗଡା ଏସପି ଶର୍ବଣା ବିବେକ ଏମ ସୂଚନା ଦେଇଛନ୍ତି । ତେବେ ଏହି ଗୁଟଖା କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ଖୋଳତାଢ ଆରମ୍ଭ କରିଛି ଟାଉନ୍ ପୋଲିସ ।