ରାୟଗଡ଼ା ଜେକେପେପର ମିଲରେ ନିଆଁ : ଚାରିଆଡେ ଆତଙ୍କ…

ରାୟଗଡ଼ା(ସମୃଦ୍ଧ ଓଡିଶା)ରାୟଗଡ଼ାସହର ନିକଟସ୍ଥ ଜେକେପୁରରେ ଥିବା ଜେ କେ କାଗଜ କଳ ପରିସରରେ ଥିବା ଏକ ଗୋଦାମ ଗୃହରେ କୌଣସି କାରଣରୁ ଅଚାନକ ନିଆଁ ଲାଗି ଆତଙ୍କ ଖେଳି ଯାଇଥିବା ଜଣାପଡ଼ିଛି । କମ୍ପାନୀ କର୍ମଚାରୀ ନିଆଁକୁ ଆୟତ୍ତ କରିଥିବା ବେଳେ କ୍ଷୟକ୍ଷତି  ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ମହା ଶିବରାତ୍ରି ପାଇଁ ଛୁଟି ଥିବା ଯୋଗୁଁ କମ୍ପାନୀ କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ଅଧିକାରୀମାନେ ଅନୁପସ୍ଥିତ ଥିଲେ । ଖବର ଅନୁଯାୟୀ ଗତ କାଲି ସନ୍ଧ୍ୟା ୭ଟା ୨୦ ମିନିଟ୍ ସମୟରେ କାଗଜ ରଖାଯାଉଥିବା ଏକ ଗୋଦାମ ଗୃହରେ ନିଆଁ ଲାଗି ଯାଇ ଥିଲା। ସର୍ଟସର୍କିଟରୁ ଏଭଳି ନିଆଁ ଲାଗିଥିବା କୁହାଯାଉଥିବା ବେଳେ କମ୍ପାନୀ ସାଇରନ୍ ବାଜି ଉଠିଥିଲା । ଉପସ୍ଥିତ କର୍ମଚାରୀ ତତ୍ପର ହୋଇ ଗୋଦାମ ଗୃହ ପାଖକୁ ଯାଇଥିଲେ । ତେବେ ତାଲା ପଡ଼ିଥିବା ଯୋଗୁଁ ତାଲା ଭାଙ୍ଗି କର୍ମଚାରୀ ଏବଂ ସୁରକ୍ଷା କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିଥିଲେ । ଏ ସମ୍ପର୍କରେ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଁ କ୍ଷୟକ୍ଷତିର ଆକଳନ ଏଯାଏଁ କରା ଯାଇ ନାହିଁ । 

ରିପୋର୍ଟ : ତୁଷାର ରଞ୍ଜନ ସାହୁ

One thought on “ରାୟଗଡ଼ା ଜେକେପେପର ମିଲରେ ନିଆଁ : ଚାରିଆଡେ ଆତଙ୍କ…

Comments are closed.