ରାୟଗଡ଼ା ଜିଲ୍ଲାରେ ପ୍ରଥମ କୋଭିଡ଼ ଚିକିତ୍ସାଳୟ ଉଦଘାଟିତ…

ରାୟଗଡ଼ା (ସମୃଦ୍ଧ ଓଡିଶା) କରୋଣା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ସାର ଦେଶରେ ଉଦ୍ୟମ ଜାରି ରହିଛି । ଏନେଇ ରାୟଗଡା ଜିଲ୍ଲାରେ ଆରମ୍ଭ ହେଇଛି କୋଭିଡ଼ ଚିକିତ୍ସା କେନ୍ଦ୍ର । ରାୟଗଡା ଜିଲ୍ଲାର ପ୍ରଥମ କୋଭିଡ଼ ଚିକିତ୍ସା କେନ୍ଦ୍ର ଜେକେପୁର ସ୍ଥିତ ଇଏସଆଇ ହସ୍ପିଟାଲ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଣ୍ଟରକୁ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଅନୁଷ୍ଠାନିକ ଭାବେ ଏକ କାର୍ଯ୍ୟରତ ନର୍ସଙ୍କ ଦ୍ୱାରା ଉଦଘାଟନ କରିଛନ୍ତି । ଉକ୍ତ ସ୍ୱାସ୍ଥ କେନ୍ଦ୍ରରେ ୫ଟି ୱାର୍ଡ ଖୋଲା ଯାଇଥିବା ବେଳେ ଏଥିରେ ଏକାଥରକେ ୧୦୦ ରୋଗୀ ଅକ୍ସିଜେନ ଦ୍ୱାରା ଚିକିତ୍ସା ହେବା ପାଇଁ ବ୍ୟବସ୍ଥା ହେଇଛି । କୋଭିଡ ଡାକ୍ତରଖାନା ପାଇଁ ୫ ଜଣ ଅଭିଜ୍ଞ ଡାକ୍ତରଙ୍କ ସମେତ ୪ ଫାର୍ମାସିଷ୍ଟ, ୨ ଜଣ ଏଏଲଟି ଓ ୧୨ ଜଣ ନର୍ସଙ୍କ ସହ ଅନ୍ୟ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଡାକ୍ତରଖାନରେ ସମସ୍ତ ଆଧୁନିକ ଯନ୍ତ୍ରପାତି ରଖାଯାଇଥିବା ବେଳେ ସବୁ ସମସ୍ୟାକୁ ମକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶର୍ବଣା ବିବେକ ଏମ୍, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଆର୍ତ୍ତବନ୍ଧୁ ନାୟକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦେଶକ ଟୁଟୁ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର ରଞ୍ଜନ ସାହୁ