ରାୟଗଡ଼ାରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆଜି ରାୟଗଡ଼ା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦୀର୍ଘ ୨୧ବର୍ଷ ପୂର୍ବେ ରାୟଗଡ଼ାରୁ ମୋ ଚାକିରି ଜୀବନ ଆରମ୍ଭ ହୋଇଥିଲା । ଶେଷ ବେଳକୁ ମୁଁ ଫେରିଛି । ବହୁତ କିଛି ପରିବର୍ତ୍ତନ ହୋଇସାରିଲାଣି, ଆହୁରି ବିକାଶ ବାକି ଅଛି । ଆଦିବାସୀ ବହୁଳ ଜିଲ୍ଲାରେ ପରିଗଣିତ ହେଉଥିବା ରାୟଗଡ଼ାରେ କାମ କରିବାକୁ ସୁଯୋଗ ମିଳିଛି । ଆଦିବାସୀ ଲୋକଙ୍କ ଜୀବନମାନ ଉନ୍ନତ, ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଉପରେ ମୋର ବିଶେଷ ଗୁରୁତ୍ୱ ରହିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ଗଠନ ପରେ ୧୯୯୯ମସିହାରେ ଶ୍ରୀ ମିଶ୍ର ଜାଗା ଅଧିଗ୍ରହଣ ଅଧିକାରୀ ଓ ପୌରନିର୍ବାହୀ ଅଧିକାରୀ ଭାବେ ଦକ୍ଷତାର ସହିତ କାର୍ଯ୍ୟ ନିର୍ବାହ କରିଥିଲେ । ଆଜକୁ ୨୧ବର୍ଷ ବିତିଯାଇଥିବା ବେଳେ ଜିଲ୍ଲାପାଳ ଭାବେ ଶ୍ରୀ ମିଶ୍ର ରାୟଗଡ଼ା ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଜିଲ୍ଲାରେ ଏବେ ଅନେକ ଅଞ୍ଚଳ ପଛୁଆ ଭାବେ ପଡିରହିଛି । ଦୁର୍ଗମ ଗ୍ରାମାଞ୍ଚଳକୁ ରାସ୍ତା ଖଣ୍ଡେ ନାହିଁ । ସେହି ସବୁ ସ୍ଥାନକୁ ଗମନାଗମ କ୍ଷେତ୍ରରେ ଉନ୍ନତି ଆଣିବାକୁ ପଦକ୍ଷେପ ଗ୍ରହଣ କରିବି । ଜିଲ୍ଲାବାସୀଙ୍କ ସହଯୋଗ ନରହିଲେ କୌଣସି ପ୍ରକାର କାର୍ଯ୍ୟ ଅଗ୍ରଗତି ହୋଇପାରିବନି । ତେଣୁ ସମସ୍ତଙ୍କ ସହଯୋଗ ଆବଶ୍ୟକ ରହିଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।