ରାଷ୍ଟ୍ରୀୟ ଲୌହପୁରୁଷ ମୋଦିଙ୍କ କାହାଣୀ…

ଆମ ଦେଶର ଗୋଟିଏ ପିଲା ବୁଲି ବୁଲି ଚାହା ବିକୁଥିଲେ । ସେହି ପିଲା ଦିନେ ଭାରତର ପ୍ରଧାନ ମନ୍ତ୍ରୀ ହେବେ ବୋଲି କେହି ବିଶ୍ୱାସ କରିନଥିଲେ । କିନ୍ତୁ ସେ ହେଲେ ଆମ ଦେଶରେ ପ୍ରଧାନ ମନ୍ତ୍ରୀ । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର ଚତୁର୍ଦ୍ଦଶତମ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ୍ଣ ନାମ ନରେନ୍ଦ୍ର ଦାମୋଦର ଭାଇ ମୋଦି । ତାଙ୍କର ଜନ୍ମ ବମ୍ବେ ରାଜ୍ୟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ ମସିହାରେ ହେଇଥିଲା ଯାହାକୁ ବର୍ତ୍ତମାନ ଗୁଜୁରାଟ ରାଜ୍ୟ ନାମରେ ସମସ୍ତେ ଜାଣନ୍ତି । ତାଙ୍କର ଜନ୍ମ ତେଲି ପରିବାରରେ ହୋଇଥିଲା ତାଙ୍କ ବାପାଙ୍କ ନାଁ ଥିଲା ଦାମୋଦର ମୁଲଚାନ୍ଦ ମୋଦି ଏବଂ ମାଙ୍କ ନାଁ ହୀରାବେନ ମୋଦି । ଆଜିତକ ଅଛନ୍ତି ତାଙ୍କର ମା ଆଉ ଆଶୀର୍ବାଦ କରନ୍ତି ତାଙ୍କୁ । ତାଙ୍କର ଜନ୍ମ ଅତ୍ୟନ୍ତ ଗରିବ ପରିବାରରେ ହେଇଥିଲା ଓ ତାଙ୍କ ବାପା ୱାଡ଼ନଗର ରେଲ ଷ୍ଟେସନରେ ଚାହା ଦୋକାନଟିଏ ଦେଇଥିଲେ । ସେ ଚାହା ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ । ଛୋଟବେଳେ ନରେନ୍ଦ୍ର ମୋଦି ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ ଓ ଟ୍ରେନରେ ବୁଲି ବୁଲି ଚାହା ବିକ୍ରି କରୁଥିଲେ । କିନ୍ତୁ ପାଠପଢ଼ାରେ ମଧ୍ୟ ବେଶି ଧ୍ୟାନ ଦେଉଥିଲେ । ୧୯୬୭ ମସିହାରେ ୱାଡ଼ନଗରରୁ ସେ ସମ୍ପୂର୍ଣ ପାଠପଢା ଶେଷ କରିଲେ । ତା’ପରେ ପାଠ ପଢ଼ା ବ୍ୟତୀତ ନୃତ୍ୟ ଓ ଭାଷଣ ପ୍ରତି ତାଙ୍କର ପିୟ ଥିଲା । ଏକ ସ୍କୁଲ୍ ରେ ନାଟକ ଓ ଭାଷଣ ଦ୍ୱାରା ସମସ୍ତଙ୍କୁ ସେ ଚୁମ୍ବକ ପରି ଆକର୍ଷଣ କରୁଥିଲେ । ୧୯୭୮ ମସିହାରେ ଦିଲ୍ଲୀ ୟୁନିଭର୍ ସିଟିରୁ ଡିଷ୍ଟାନ୍ସରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କଲେ । ୧୯୮୩ ମସିହାରେ ସେ ଗୁଜୁରାଟ ୟୁନିଭର୍ ସିଟିରୁ ଡିଷ୍ଟାନ୍ସରେ ରାଜନୀତି ବିଜ୍ଞାନରେ ଏମ୍ ଏ ପୁରା କରିଥିଲେ । ସେତେବେଳେକୁ ତାଙ୍କୁ ୮ ବର୍ଷ ହୋଇଥାଏ । ପିଲା ବୟସରେ ସେ ଆର୍ ଏସ୍ ଏସ୍ ରେ ଯୋଗ ଦେଇଥିଲେ । ଆର୍ ଏସ୍ ଏସ୍ ରେ ପ୍ରଶିକ୍ଷଣ ନେଲାବେଳେ ତାଙ୍କର ସେତେବେଳେ ଅନେକ ନେତାଙ୍କ ସହିତ ସାକ୍ଷାତ ହୋଇଥାଏ । ୧୩ ବର୍ଷ ବୟସରେ ତାଙ୍କର ନିର୍ବନ୍ଧ ହୋଇଥିଲା ଓଶ ତାଙ୍କର ବାହାଘର ମଧ୍ୟ ହୋଇଗଲା । କିନ୍ତୁ ମୋଦି ଏହି ବାହାଘରକୁ ପୁରା ବିରୋଧ କରୁଥିଲେ ଓ ବାହାଘର ପରେ ସେ ଘର ଛାଡି ପଳେଇଗଲେ କାରଣ ଦେଶ ପାଇଁ ସେ କିଛି କରିବାକୁ ଭାବି ସାରିଥିଲେ । ଦୁଇ ବର୍ଷ ଭିତରେ ଭାରତରେ ଥିବା ସମସ୍ତ ଆଶ୍ରମ ଓ ମଠ ବୁଲି ଭାରତର ସଂସ୍କୃତିକୁ ବୁଝିବାକୁ ଚେଷ୍ଟା କଲେ । ବହୁତ ପରିଶ୍ରମ କରିଥିଲେ ସେ ୧୯୬୯ ମସିହାରେ କିଛିଦିନ ପାଇଁ ୱାଡ୍ ନଗର ଆସିଲେ । କିନ୍ତୁ ସେଠି ବେଶିଦିନ ନରହି ଅହମଦାବାଦ ବାହାରିଗଲେ । ସେଠି ସେ ମାମୁଙ୍କ ପାଖରେ ରହିଲେ ଓ ଗୁଜୁରାଟ ରୋଡ଼ ଟ୍ରାନ୍ସପୋର୍ଟରେ ଥିବା ମାମୁଙ୍କ କ୍ୟାଣ୍ଟିନ୍ ରେ କାମ କଲେ । ୧୯୭୧ ମାସିହାରେ ଯେତେବେଳେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲା ତା ପରେ ପରେ ସେ ମାମୁଙ୍କ ପାଖରୁ କାମ ଛାଡିଦେଲେ । ତାଙ୍କର ନିଷ୍ପତ୍ତି ହେଲା ଆର୍ ଏସ୍ ଏସ୍ ପାଇଁ ସେ ପୂରା ସମୟ ଦେଇ ପ୍ରଚାର କରିବେ ।ସେବେଠାରୁ ତାଙ୍କର ରାଜନୀତି କ୍ୟାରିଅର୍ ଆରମ୍ଭ ହେଲା । ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ଷ୍ଟେଟ୍ ଏମ୍ରଜେନ୍ସି ପାଇଁ ଘୋଷଣା କଲେ । ଏମର୍ଜେନ୍ସି ସମୟରେ ଆର୍ ଏସ୍ ଏସ୍ କୁ ବ୍ୟାନ କରିଦିଆଗଲା କିନ୍ତୁ ନରେନ୍ଦ୍ର ମୋଦି ଛଦ୍ମ ବେଶରେ ରହି ଭାରତର ବିଭିନ୍ନ ଜାଗାରେ ବୁଲି ସରକାର ବିରୋଧରେ ପ୍ରଚାର କରୁଥିଲେ ।ଏହାପରେ ସେ ଆର୍ ଏସ୍ ଏସ୍ ର ଏକ ଜଣାଶୁଣା ଚେହେରା ହୋଇଯାଇଥିଲେ । ସେ ସୁରାଟରେ ରହି ଆର୍ ଏସ୍ଏସ୍ ର ପ୍ରଚାର କରୁଥିଲେ । ଆର୍ ଏସ୍ ଏସ୍ ରେ ଜଡିତ ଥିବାରୁ ତାଙ୍କୁ ୧୯୮୫ ମସିହାରେ ବିଜେପିରେ ସାମିଲ କରାଗଲା । ନରେନ୍ଦ୍ର ମୋଦୀ ବିଜେପି ରେ ଆସିବାର ଦୁଇ ବର୍ଷ ପରେ ୧୯୮୭ରେ ଗୁଜୁରାଟ ମ୍ୟୁନିସିପାଲିଟି ଇଲେକ୍ସନର କ୍ୟାମ୍ପିଙ୍ଗ୍ ପାଇଁ ବହୁତ ପରିଶ୍ରମ କଲେ ଓ ବିଜେପି ବହୁମତରେ ବିଜୟ ଲାଭ କଲା ।ତାଙ୍କର ଏହି କାର୍ଯ୍ୟ ଦେଖି ତାଙ୍କୁ ଗୁଜୁରାଟ୍ ୟୂନିଟିର ଅର୍ଗାନାଇଜିଞ୍ଜ୍ ସେକ୍ରେଟେରୀ କରିଦିଆଗଲା।ବିଜେପି ସହ ତାଙ୍କର ପରିଚୟ ରାଜନୀତି ଜୀବନ ଆରମ୍ଭ ହେଲା । ତାଙ୍କର ଅଲଗା ଏକ ଭିନ୍ନ ପ୍ରକାର ରାଜନୀତି ଯୋଗୁଁ ସେ ଆହୁରି ବହୁତ ଆଗକୁ ଗଲେ । ୧୯୯୦ ମସିହାରେ ଗୁଜୁରାଟ ଇଲେକ୍ସନ୍ କମିଟିର ସଦସ୍ୟ ତାଙ୍କୁ କରିଦିଆଗଲା । ତାଙ୍କର ଏହା ଆଉ ଏକ ବଡ ସଫଳତା । ୧୯୯୨ ମସିହାରେ ସେ ରାଜନୀତିରୁ କିଛି ସମୟ ପାଇଁ ବ୍ରେକ୍ ନେଲେ କିନ୍ତୁ ୧୯୯୪ ମସିହାରେ ବିଜେପିର ମହାନାୟକ ଆଡ଼ୱାନିଙ୍କ ଅନୁରୋଧ ରକ୍ଷା କରି ପୁଣି ପଲିଟିକ୍ସକୁ ଓହ୍ଲାଇଥିଲେ । ଆସିବାର କିଛି ଦିନ ପରେ ତାଙ୍କୁ ବିଜେପିର ନେସନାଲ୍ ସେକ୍ରେଟେରୀ କରିଦିଆଗଲା । ଏହା ତାଙ୍କର ଆଉ ଏକ ସଫଳତା । ପରେ ପରେ ରାଜନୀତିରେ ସେ ଏତେ ଆଗକୁ ଗଲେ ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ତାଙ୍କର ପରିଶ୍ରମ ଆଉ ଦେଶପ୍ରତି ଅବଦାନ ଅତୁଳନୀୟ ରହିଗଲା । ୧୯୯୮ ମସିହାରେ କେଶୁଭାଇ ପଟେଲଙ୍କୁ ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀ ବନେଇବାର ଦାୟିତ୍ୱ ଦିଆଯାଇଥିଲା । କେଶୁଭାଇ ପଟେଲ୍ ଙ୍କର ସେତେବେଳେ ଦେହ ଅସୁସ୍ଥ ଥିବା କାରଣରୁ ୭ ଅକ୍ଟୋବର ୨୦୦୧ରେ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟ ମନ୍ତ୍ରୀ ଦାୟିତ୍ବ ମିଳିଲା ଗୁଜୁରାଟ ରେ । ଏହି ସମୟରେ ନରେନ୍ଦ୍ର ମୋଦି ତାଙ୍କ ଦାୟିତ୍ୱ ଗ୍ରହଣ କରିଥିଲେ ଆଉ ଶପଥ ନେଇଥିଲେ ଦେଶ ପାଇଁ ମୁଁ ଜୀବନ ସମର୍ପଣ କରିବି । ଜୀବନର ସବୁଠୁ କଷ୍ଟ ସମୟ ଦେଇ ସେ ଗତି କଲେ ।ଗୁଜରାଟ ରାଜ୍ୟ ବାସିନ୍ଦା ତାଙ୍କୁ ଆଉ ତାଙ୍କର ବିଜେପି ପାର୍ଟିର ଏଭଳି ଲୋକପ୍ରିୟତା ଦେଖି ୨୦୧୪ରେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଗଲା I ସେଦିନ ତାଙ୍କ ପାଇଁ ସବୁଠାରୁ ବଡ ଦିନ ଥିଲା । ସାରା ବିଶ୍ୱ ଜାଣିଲା ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ । ସାରା ବିଶ୍ୱରେ ସେ ଏକ ଚର୍ଚ୍ଚିତ ଚେହେରା ପାଲଟି ଗଲେ । ତାଙ୍କୁ ସିଓ ଶାନ୍ତି ପୁରସ୍କାର ବି ମିଳିଲା । ଦେଶ ଆଉ ବିଦେଶ ବାସିନ୍ଦାଙ୍କ ବିଶ୍ୱାସକୁ ସେ ଜିଣିଥିବା ଜଣାପଡିଲା । ପାକିସ୍ତାନ ବିରୋଧରେ ସର୍ଜିକାଲ୍ ଦେଖି ଆଜି ଭୟରେ ଥରୁଛି ପାକିସ୍ତାନ । ଏକମାତ୍ର ମୋଦି ପାକିସ୍ତାନକୁ ତା ଭାଷାରେ ଜବାବ ଦେଲେ । ଭ୍ରଷ୍ଟାଚାର ଦୁର୍ନୀତି କଳାଧନ ଦେଶକୁ ଫେରାଇ ଆଣିବାର ଏକ ବଡ ସଫଳତା ତାଙ୍କର । ରାତା ରାତି ନୋଟ୍ ବନ୍ଦି, ରାତା ରାତି ଜିଏସ୍ ଟି ଏମିତି ବହୁତ କାମ ଜନତା ପାଇଁ କଲେ।ଦେଶକୁ ଡିଜିଟାଲ୍ ଏଣ୍ଡିଆ ମେକ୍ ଇନ୍ ଇଣ୍ଡିଆ କରିବାର ଆଉ ଏକ ସଫଳତା ହାସଲ କଲେ।ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ତାଙ୍କର ଲକ୍ଷ୍ୟ ଥିଲା ।ବାହାର ଦେଶ ମାନଙ୍କ ସହ ବନ୍ଧୁତ୍ବର ଡୋର ଭାବରେ ବାନ୍ଧିଥିବା କିଛି କମ୍ କଥା ନାହିଁ । ଆଜି ଏହି କାମ ପାଇଁ ଆମ ଭାରତୀୟ ମାନେ ଗର୍ବିତ । ଭ୍ରଷ୍ଟାଚାର ଆଉ ଦୁର୍ନୀତି ଦେଶରୁ ଦୂର କଲେ । ନାରୀ ସଶକ୍ତିକରଣ ନାରୀମାନଙ୍କ ପାଇଁ ଯୋଜନା ପରେ ଯୋଜନା ତାଙ୍କର ଏକ ବଡ ସଫଳତା । ଦିନରାତି ସେ ଏକ କରି ଚୌକିଦାର ହୋଇ ଦେଶ ପାଇଁ ଯେଉଁ କାମ କରିଛନ୍ତି ଭାରତୀୟ ଜନତା ଜନାର୍ଦ୍ଦନ ଠିକ୍ ବିଚାର କଲେ । ଯବାନ୍ ମାନଙ୍କ ଭିତରେ ଦୀପାବଳି ପାଳନ କରନ୍ତି ଏ ସବୁ ମହାନ୍ କାମ ପାଇଁ ୨୦୧୯ରେ ବିପୁଳ ପରିମାଣର ଭୋଟ୍ ପାଇ ବିଜୟ ହାସଲ କରିଛନ୍ତି । ଏହା ତାଙ୍କର ଏଐତିହାସିକ କାମ ଆଉ ପରିଶ୍ରମର ଫଳ ଆମ ଦେଶରେ ଆଜିତକ ସେମିତି ସରକାର ଆସିନଥିଲେ।ଧନ୍ୟ ତାଙ୍କ ପିତାମାତା ଧନ୍ୟ ତାଙ୍କର ପରିବାର । ଆଜି ଗରିବ ଘରୁ ଜନ୍ମ ଗ୍ରହଣ କରି ଇତିହାସରେ ନାମ ରଖିଲେ । ଆଜି ଆମେ ଯେଉଁଠି ଦେଖୁ ସମସ୍ତେ ମୋଦି ମୋଦି କହି ତାଙ୍କର ନାମ ଜପ କରନ୍ତି ଜନତା ଜନାର୍ଦ୍ଦନ । ବିଜେପିର ବିପୁଳ ବିଜୟ କେବଳ ତାଙ୍କର ଅବଦାନ ଯାହାକି ଅତୁଳନୀୟ ରହିଛି । ଭାରତର ଅମୃତର ସନ୍ତାନ ବୀର ପୁଙ୍ଗବ ମୋଦୀଙ୍କୁ ଯେତେ ସମ୍ମାନ ଦେଲେବି ଊଣା ପଡ଼ିବ ।

ଲେଖକ : ବଳରାମ ତରାଇ (ନିଶିଗନ୍ଧା ସାହିତ୍ୟ ସାଂସଦ )