ରାଶନ କାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କାର କୋଭିଡ୍ ସହାୟତା : ମୁଖ୍ୟମନ୍ତ୍ରୀ..

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଶନ କାର୍ଡଧାରୀଙ୍କୁ ମିଳିବ ୧୦୦୦ ଟଙ୍କାର କୋଭିଡ୍ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ରାଜ୍ୟର ରେସନ କାର୍ଡଧାରୀ ଅର୍ଥାତ୍ ୩.୫ କୋଟି ଲୋକଙ୍କୁ ମିଳିବ ଆର୍ଥିକ ସହାୟତା । ଏହା ଫଳରେ ରାଜ୍ୟର ରେସନ କାର୍ଡଧାରୀ ପରିବାର ପାଇବେ ୧ ହଜାର ଟଙ୍କାର କୋଭିଡ ସହାୟତା । ହିତାଧିକାରୀଙ୍କୁ ସହାୟତା ପ୍ରଦାନ ଆରମ୍ଭ ହେବାର ୭ ଦିନ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ହଜାରେ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ବୋଲି କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା