ରାମାନୁଜନ୍ ଗଣିତ ଅନ୍ୱେଷଣ ପରୀକ୍ଷାରେ ଜଳେଶ୍ୱର ମାଟିର ଝିଅର କୃତିତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠାସ୍ଥିତ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ୱାରା ସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ୟ ଶ୍ରେଣୀ ଛାତ୍ରୀ ଦେବୀଶ୍ରୀ ଦେବୀଦତ୍ତା ପରିଡା ଚଳିତ ୨୦୧୯ ରାମାନୁଜନ୍ ଗଣିତ ପ୍ରତିଭା ଅନ୍ୱେଷଣ ପରୀକ୍ଷାରେ ରାଜ୍ୟସ୍ତରୀୟ କୃତିତ୍ୱ ଅର୍ଜନ କରିଛନ୍ତି । ସେ ନିକଟରେ ଶେଷ ହୋଇଥିବା ପ୍ରାଦେଶିକ ସ୍ତରର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନିତ ହାଇଥିବା ବେଳେ ବାଲେଶ୍ୱର ଜିଲାସ୍ତରୀୟ ଏହି ପ୍ରତିଭା ଅନ୍ୱେଷଣ ପରୀକ୍ଷାରେ ପ୍ରଥମ ଓ ଉତ୍ତର କ୍ଷେତ୍ର ସ୍ତରରେ ୫ମ ସ୍ଥାନ ଅଧିକାର କରିଅଛନ୍ତି । ରାଜ୍ୟସ୍ତରୀୟ ପ୍ରତିଭା ସମ୍ବର୍ଦ୍ଧନା ତଥା ଶ୍ରୀନିବାସ ରାମାନୁଜନଙ୍କ ୧୩୨ ତମ ଜନ୍ମବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସମାବେଶରେ ସେ ଏକ ସ୍ମାରକ ଟ୍ରଫି ଓ ନଗଦ ଅର୍ଥରାଶି ଗ୍ରହଣ କରିଥିଲେ । ସେ ଶାଳିକୋଠା ଗ୍ରାମର ଶୌର୍ଯ୍ୟରଂଜନ ପରିଡା ଓ ନମିତା ପରିଡାଙ୍କ ଏକମାତ୍ର କନ୍ୟା ହୋଇଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଚନ୍ଦ୍ର ପରିଡା ଓ ଜ୍ୟୋସ୍ନାରାଣୀ ପରିଡାଙ୍କ ନାତୁଣି ଅଟନ୍ତି । ସେ ତାଙ୍କର ଶ୍ରେୟ ପ୍ରଧାନ ଆଚାର୍ଯ୍ୟ ଦେବୀଦର୍ତ୍ତ ଭୂୟାଁ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେଇଥିବା ବେଳେ ସେମାନେ କୁମାରୀ ପରିଡାଙ୍କ ଉଜ୍ଜଳ କାମନା କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା