ରାଜ୍ୟ ସ୍ତରୀୟ ଶ୍ରୀନିବାସ ରାମାନୁଜନ୍ ଗଣିତ ପ୍ରତିଭା ରୂପେ ଦୁଇ ଶିଶୁ ସମ୍ମାନିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଂକିରାର ଦୁଇ ଜଣ ଶିଶୁ ଲାଲା ପ୍ରିୟାଂଶୁ ସିଂ, ଜନ୍ମେଜୟ ସାହୁ, ରାଜ୍ୟ ସ୍ତରୀୟ ଶ୍ରୀନିବାସ ରାମାନୁଜନ୍ ଗଣିତ ପ୍ରତିଭା ପରୀକ୍ଷାରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଶ୍ରେଣୀରେ ଷଷ୍ଠ ସ୍ଥାନ ଅଂଳକ୍ରୁତ କରି ରାଜ୍ୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଏଥିପାଇଁ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ସମିତି ତରଫରୁ ସମ୍ପାଦକ ରାଜେଶ୍ କୁମାର ସାହୁ, ସମସ୍ତ ଗୁରୁମା ଏବଂ ଦୁଇ ଶିଶୁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି