ରାଜ୍ୟସ୍ତରୀୟ ୫୯ ତମ ବାର୍ଷିକ ଅଧିବେଶନ : ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟସ୍ତରୀୟ ୫୯ ତମ ବାର୍ଷିକ ଅଧିବେଶନ ଓ ଓଡିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ୫୯ତମ ବାର୍ଷିକ ଅଧିବେଶନ ଉଦ୍‌ଯାପନୀ ଉତ୍ସବରେ ୨୦୨୨ ବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତ୍ତା ଚୟନ ହେବା ସହିତ ବିଦ୍ୟୁତ୍ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଓ ୧ କୋଟି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଟାଟା କର୍ତ୍ତୃପକ୍ଷ ସଠିକ ବିଲ ପ୍ରଦାନ କରିବା ଏବଂ ଆସନ୍ତା ଦିନ ମାନଙ୍କରେ ବିଦ୍ୟୁତ୍ ଦର ବୃଦ୍ଧି ବନ୍ଦ କିରବା ସହିତ ୪ଟି ବିତରଣ କମ୍ପାନୀର ବିଦ୍ୟୁତ୍ କର୍ମଚାରୀ ମାନଙ୍କୁ ୧୦୦ ୟୁନିଟ୍‌ ବିଦ୍ୟୁତ୍ ଛାଡ଼ କରିବା ପାଇଁ ଦାବି ହୋଇଛି । କୋଭିଡ୍ ମହାମାରୀରେ ବିଦ୍ୟୁତ ବିଭାଗରେ ୧୮ ଜଣ କର୍ମଚାରୀ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ତତ୍ ସହିତ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନଥିବାରୁ ରାଜ୍ୟ ସ୍ତରୀୟ ବୈଠକରେ ଏହାକୁ ତିବ୍ର ନିନ୍ଦା କରାଯାଇଛି । ରାଜ୍ୟ ସରକାର ଓ ବିଦ୍ୟୁତ୍ ନିୟାମକ ଆୟୋଗ ଓଡ଼ିଶାରେ କୋଭିଡ଼ ମହାମାରୀ ଚାଲିଥିବା ସମୟରେ ୪ଟି ବିଦ୍ୟୁତ୍ କମ୍ପାନୀକୁ ଟାଟା ହାତରେ ଶାଗମାଛ ଦରରେ ଟେକିଦେବା ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଉପରେ “ବୋଝ ଉପରେ ନଳିତା ବିଡ଼ା” ସଦୃଶ୍ୟ ଲଦି ଦିଆଗଲା । ପୂର୍ବରୁ ରିଲିୟାନ୍ସ ଥିବା ସମୟରେ ୨୦୧୮ରେ ୪୨୩୪ କୋଟି ବକେୟା ରଖି ରାତାରାତି ଫେରାର୍ ହୋଇଗଲା l ଦୀର୍ଘ ସାତବର୍ଷ ବିତି ଯାଇଥିଲେ ମଧ୍ୟ ୧ଟଙ୍କା ରିଲିୟାନ୍ସ କମ୍ପାନୀ ଠାରୁ ବିଦ୍ୟୁତ୍ ନିୟାମକ ଆୟୋଗ ଆଦାୟ କରି ନ ପାରିବା ଦୁର୍ଭାଗ୍ୟର ବିଷୟ । ସେହିପରି ରାଜ୍ୟ ସରକାର ନିକଟରେ ODSS ସ୍କିମ୍‌ (ODSS-4)ରେ ୧୭୯୭ କୋଟି ଟଙ୍କା ଖର୍ଚ୍ଚ କରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତହା ସଂପୂର୍ଣ୍ଣ ଭୂଲ୍ ନିଷ୍ପରି ବୋଲି ରାଜ୍ୟ ସ୍ତରୀୟ ସମ୍ମିଳନୀରେ ଘୋର ନିନ୍ଦା କରାଯାଇଥିଲା । ପୂର୍ବରୁ ରାଜ୍ୟ ସରକାର ଓ ଭାରତ ସରକାରଙ୍କର ଯେତେ ଗୁଡ଼ିଏ ଅର୍ଥ ବିଭିନ୍ନ ସ୍କିମ୍‌ରେ ଖର୍ଚ୍ଚ କରାଯାଇଛି, ତା’ର ସଠିକ ହିସାବ ନାହିଁ ଏବଂ ସବୁତକ କାର୍ଯ୍ୟ ନିମ୍ନମାନର ହୋଇଛି ବୋଲି ବାରମ୍ବାର ଦାବୀ ହୋଇଥିଲେ ମଧ୍ୟ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ନହେବା ବିଦ୍ୟୁତ୍ କ୍ଷେତ୍ରରେ ଦୁର୍ନିତୀର ଗନ୍ଧ ସ୍ପଷ୍ଟଭାବେ ବାରି ହେଉଛି । ସେଣ୍ଟ୍ରାଲ୍ ଯୋନ୍‌ର ୨୦ଟି ଡିଭିଜନ୍‌ରେ ୫୨୯୧ କୋଟି ଟଙ୍କାର ବିଭିନ୍ନ ସ୍କିମ୍‌ରେ କାମ ହୋଇଥିଲେ ମଧ୍ୟ ତାହା ଅତି ନିମ୍ନମାନର ବୋଲି ଟାଟା କର୍ତ୍ତୃପକ୍ଷ ବିଦ୍ୟୁତ୍ ନିୟାମକ ଆୟୋଗ ନିକଟରେ ଅଭିଯୋଗ କରିଛି । ବିଦ୍ୟୁତ୍ ନିୟାମକ ଆୟୋଗ ଏସବୁ ଜାଣି ମଧ୍ୟ ଚୁପ୍ ରହିଥିଲା ବେଳେ ଓଡ଼ିଏସଏସରେ ୧, ୨, ୩ ସ୍କିମ୍‌ରେ ହାରାହାରି ୩୮୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ୩୩/୧୧ କେଭି ଷ୍ଟ୍ରକ୍‌ଚର ତିଆରି ହୋଇଥିଲେ ମଧ୍ୟ ଏହାରର କ୍ବାଲିଟି ତଦନ୍ତ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଏବଂ ରାଜ୍ୟ ସରକାରଙ୍କ ତରଫରୁ RIGHT & MACUN କମ୍ପାନୀକୁ ଦିଆଯାଇଥିଲେ ମଧ୍ୟ କୌଣସି କ୍ବାଲିଟି ତଦନ୍ତ କରାନଯାଇ ଓଡ଼ିଏସଏସରେ କାର୍ଯ୍ୟ କରିଥିବା ଠିକାଦାର ମାନଙ୍କର ୧୦ ପ୍ରତିଶତ ସିକ୍ୟୁରିଟି ଜମାକୁ ଜୋର୍ ଯବରଦସ୍ତ ଫେରାଇ ଦେବା ପାଇଁ ଓପିଟିସିଏଲ ପକ୍ଷରୁ ନିର୍ଦ୍ଦେଶ ଜାରି କରାଗଲା ଓ ଦୈନିକ ଅଧିକାରୀ ନିମ୍ନମାନର କାର୍ଯ୍ୟ ହୋଇଛି ବୋଲି ଦର୍ଶାଇବାରୁ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି l ବିଦ୍ୟୁତ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ତା’ର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିଲା । ଶେଷରେ ୨୦୨୨ ବର୍ଷ ନିମନ୍ତେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ । ସେମାନେ ହେଲେ ସଭାପତି ଭାବରେ ପ୍ରଶାନ୍ତ କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦୀନବନ୍ଧୁ ମହାନ୍ତି, ଉପ – ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ, ନରେଶ ତ୍ରିପାଠୀ, କୈଳାଶ ମହନ୍ତ, ଚିତ୍ତରଞ୍ଜନ ପଣ୍ଡା, ସାଧାରଣ ସଂପାଦକ ଭାବେ ଅକ୍ଷୟ କୁମାର ତ୍ରିପାଠୀ, ଯୁଗ୍ମ ସଂପାଦକ ଭାବେ ସୂର୍ଯ୍ୟନାରାୟଣ ବିଷୋୟୀ, ଦିଲ୍ଲିପ କୁମାର ସାହୁ, ଦୁର୍ଗାମାଧବ ପଣ୍ଡା, ହିତେଶ କୁମାର ରାଉତ, ମୁଖ୍ୟ ସଂଗଠନ ସଂପାଦକ ବିପିନ କୁମାର ସେଠୀ, କୋଷାଧ୍ୟକ୍ଷ ଭାବେ ସଞ୍ଜିବ ପ୍ରସାଦ ବେହେରା ସହିତ ୫ଜଣ ସଂଗଠନ ସମ୍ପାଦକ, ୯୫ଜଣ କାର୍ଯ୍ୟକାରୀ ସଦସ୍ୟ, ୨୨ଜଣ ସର୍କଲ ସମ୍ପାଦକ, ୬୦ଜଣ ଡିଭିଜନ୍ ସଂପାଦକ ଭାବେ ନିର୍ବାଚନ ହୋଇଥିଲେ l ଏହି ନିର୍ବାଚନୀ କାର୍ଯ୍ୟକୁ ନିର୍ବାଚନ କମିଶନର ଭାବେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଏବଂ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପରିଚାଳନା କରିଥିଲେ । ଶେଷରେ ନିର୍ବାଚନ କମିଶନର ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇବା ପରେ ନୂତନ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ଚଳିତ ବର୍ଷର ଶ୍ରମବନ୍ଧୁ ପୁରଷ୍କାର କୈଳାଶ ଚନ୍ଦ୍ର (ଉପ-ସଭାପତି) ମହନ୍ତଙ୍କୁ ଉପଢୌକନ, ତାମ୍ର ଫଳକ ପ୍ରଦାନ କରିଥିଲେ । ଶେଷରେ ସୂର୍ଯ୍ୟ ନାରାୟଣ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ପାଦିକ ସମ୍ମିଳନୀରେ ପ୍ରଶାନ୍ତ କୁମାର ମହାପାତ୍ର, ପିତବାସ ପଣ୍ଡା (INTUCର ଗଞ୍ଜାମ ଜିଲ୍ଲା ସଭାପତି) ଅକ୍ଷୟ କୁମାର ତ୍ରିପାଠୀ, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ବିଷୋୟୀ, ଦୀନବନ୍ଧୁ ମହାନ୍ତି, ବିପିନ୍ ସେଠୀ, ଦିଲ୍ଲିପ୍ ସାହୁ, ସଞ୍ଜିବ୍ ବେହେରା, ପି.ସି. ମହାପାତ୍ର ଏବଂ ସିଟି ସର୍କଲ୍‌ର ନେତୃତ୍ବ ବୃନ୍ଦ ଅଂଶ ଗ୍ରହଣ କରିଥିଲେ । ନୂତନ ବର୍ଷର ଶ୍ରମିକ ମାନଙ୍କର ଦାବୀ ଗୁଡିକ ହେଲା –

୧) ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ସହିତ ସେମାନଙ୍କ ଦରମା ବୃଦ୍ଧି ଓ ନିଯୁକ୍ତି ସର୍ତ୍ତାବଳୀ ତିଆରି କରିବା ।
୨) ସମସ୍ତ କର୍ମଚାରୀଙ୍କୁ କ୍ୟାସ୍‌ଲେସ୍‌ ମେଡ଼ିକାଲ୍ ସୁବିଧା ଯୋଗାଇ ଦିଆଯାଉ ।
୩ ) ମୃତ କର୍ମଚାରୀଙ୍କ ପରିବାର ସମଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ( ଜଣକୁ ) ।
୪) ବକେୟା ୫୦ % ତୁରନ୍ତ ପ୍ରଦାନ କରିବା ।
୫) ଟେକ୍‌ନିକାଲ ଏବଂ ଆଡ୍ମିନିଷ୍ଟ୍ରେଟିଭ୍ ମଧ୍ୟରେ ଥିବା ତାରତମ୍ୟ ତୁରନ୍ତ ଦୂର କରିବା ।
୬) ରିମୋଟ୍ ଆଲାଉନ୍ସ ତୁରନ୍ତ ପ୍ରଦାନ କରାଯାଉ ।
୭) କ୍ଷେତ୍ର କର୍ମଚାରୀଙ୍କୁ ମୋଟର ଯାନ ଆଲାଉନ୍ସ ପ୍ରଦାନ ସହିତ ବି.ଏ. ଏବଂ ସମସ୍ତ ସ୍ଥାୟୀ କର୍ମଚାରୀଙ୍କୁ ମୋବାଇଲ୍ ସେବା ଯୋଗାଇ ଦିଆଯାଉ ।
୮) ବି.ଏ. କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା, ବାର୍ଷିକ ୧୫ ଦିନ ଛୁଟି ଏବଂ ଘରଭଡ଼ା ପ୍ରଦାନ କରିବା ପାଇଁ କର୍ତ୍ତୃପକ୍ଷଙ୍କ ପାଖରେ ଦାବି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା