ରାଜ୍ୟସ୍ତରୀୟ ୧୯ବର୍ଷରୁ କମ ବୟସର ଖେଳାଳୀଙ୍କ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଗତ ଶୁକ୍ରବାର ଠାରୁ ତିନି ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ୧୯ବର୍ଷରୁ କମ ବୟସର ଖେଳାଳୀ ମାନଙ୍କ ପାଇଁ ଅନୁଷ୍ଠିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଗତକାଲି ରବିବାର ଦିନ ଉଦଯାପିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ହିଞ୍ଜିଳିକାଟୁ ପୌର ପରିଷଦର ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ହିଞ୍ଜିଳିକାଟୁ ପୌରପାଳିକା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ସଭାପତିତ୍ବ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର, ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ଗଞ୍ଜାମ ଆଞ୍ଚଳିକ ଉନ୍ନୟନ ସଂସ୍ଥା ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳମାଧବ ଭୋଇ, ହିଞ୍ଜିଳିକାଟୁ ବ୍ଳକ ଅଧ୍ୟକ୍ଷା ସରସ୍ଵତୀ ସେଠୀ, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ହିଞ୍ଜିଳିକାଟୁ ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ନିଲିନ କୁମାର ଆସିକା ସାଂସଦଙ୍କ ବ୍ୟକ୍ତିଗତ ସଚିବ ନୀଳମଣି ପଟ୍ଟନାୟକ ପ୍ରମ୍ମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥଲେ। ବାଳିକା ସିଙ୍ଗଲସ୍ ରେ ହର୍ଷିତା ରାଉତ ବିଜେତା ଓ ଗିତାଶ୍ରୀ ଦେ ଉପବିଜେତା, ବାଳକ ସିଙ୍ଗଲସ୍ ରେ ଆର୍ଯ୍ୟ ମାଝୀ ବିଜେତା ଓ ତହସିଫ୍ ଖାନ୍ ଉପବିଜେତା, ବାଳିକା ଡ଼ବଲସ୍ ରେ ହର୍ଷିତା ରାଉତ ଓ ଶ୍ରେୟା ବିଶ୍ୱାଳବିଜେତା ଏବଂ ଅଶ୍ୱିକା ମିଶ୍ର ଓ ସ୍ବିଟି ପ୍ରିୟା ପ୍ରଧାନ ଉପବିଜେତା, ବାଳକ ଡ଼ବଲସ୍ ରେ ଅମୟ କୁମାର ନାୟକ ଓ ତହସିଫ୍ ଖାନ୍ ବିଜେତା ଏବଂ ଅର୍ପିତ ପଣ୍ଡା ଓ କ୍ରିଷ୍ଣା ସଦିଆ ଉପବିଜେତା, ମିକ୍ସଡ ଡ଼ବଲସ୍ ରେ ଆର୍ଯ୍ୟ ମାଝୀ ଓ ହର୍ଷିତା ରାଉତ ବିଜେତା ଏବଂ ସାଇ କେଶବ ମୋଦି ଓ ଗିତାଶ୍ରୀ ଦେ ଉପବିଜେତା ଭାବେ ବିବେଚିତ ହୋଇଛନ୍ତି। ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା ସଭା ସଂଯୋଜନ କରିଥିଲେ। ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ଖେଳାଳି ଓ ଅଭିଭାବକ ମାନେ ଅୟୋଜିତ କାର୍ଯ୍ୟକ୍ରମରେ ଖୁବ ଭଲ ଅନୁଭୂତି ନେଇ ଫେରିଥିବା କହିଛନ୍ତି। ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା,ବିଜେଡ଼ି ରାଜ୍ୟ ସମ୍ପାଦକ ଶିବରାମ ଗୌଡ଼, ଯୁବ ବିଜେଡ଼ି ସଭାପତି ସଞ୍ଜୟ କୁମାର ପଣ୍ଡା,, ଜିଲ୍ଲା ସମ୍ପାଦକ ଅଜୟ ମହାରଣା, ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ ଓ କଞ୍ଚୁରୁ ସରପଞ୍ଚ ମଦନ ମୋହନ ସେଠୀଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

ରିପୋର୍ଟ : ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକ