ରାଜ୍ୟରେ ଭୁଶୁଡ଼ିଛି ଶିକ୍ଷା ବ୍ୟବସ୍ଥା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବାସ୍ତବ କ୍ଷେତ୍ରରେ ପ୍ରାଇଭେଟ୍ ସ୍କୁଲ ମାଲିକ ମାନଙ୍କ ସହ ହାତ ମିଳେଇ ନବୀନ ସରକାର ସରକାରୀ ସ୍କୁଲର ଅସ୍ତିତ୍ୟକୁ ବ୍ୟପଯାସ୍ତ କରି ଦେଇଛନ୍ତି, ପ୍ରଥମେ ନବୀନ ସରକାର ୧୪,୦୦୦ ସ୍କୁଲକୁ ବନ୍ଦ କରିବାର ନିଷ୍ପତ୍ତି ନେଲେ । ବର୍ତ୍ତମାନ ସାରା ଓଡ଼ିଶାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଶିକ୍ଷକ ମାନଙ୍କର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେବା ପାଇଁ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି, କେଉଁଠି ୨ ଜଣ ତ କେଉଁଠି ୪ ଜଣ ଶିକ୍ଷକ ଓ ଅଧ୍ୟାପକରେ ସ୍କୁଲ ଓ କଲେଜ ଚାଲିଛି, ରାଜ୍ୟ ଶିକ୍ଷା ବ୍ୟବସ୍ଥାର ଉନ୍ନତି କରିବା ପାଇଁ ଯେଉଁ ପ୍ରକାର କରୁଛନ୍ତି ତାହା କେବଳ ଉପରେ ଠାଉରିଆ ଯେଉଁଠାରେ ଶିକ୍ଷକ ନାହାନ୍ତି ସେଠୀ ସ୍କାର୍ଟ କ୍ଲାସ ରୁମକୁ ପରିଚାଳନା କରିବ କିଏ କେବଳ ସାଜ ଶଯ୍ୟା ଓ ଉପକରଣ ଦେଇ ଦେଲେ ଶିକ୍ଷାର ଆଧୁନୀକରଣ ହେଇଯିବନି, ସେଥିପାଇଁ ଶିକ୍ଷକ ଦରକାର । ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଦାବି କରୁଛି ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବା ନିମନ୍ତେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଆଜିର ଏହି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକଙ୍କ ସହ ଯୁବ କଂଗ୍ରେସ କର୍ମୀ ଦେବାଶିଷ ମହାନ୍ତି, ମନୋଜ ଡୋର, ମହେଶ ଗୌଡ଼, ଶୁଭଙ୍କର ମାଳି, ଚକ୍ରପାଣି ପୋଲାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା