ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଚିକିଟି (ଗଞ୍ଜାମ ଜିଲ୍ଲା) କଂଗ୍ରେସର ଆନୁକୁଲ୍ୟରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ପ୍ରସ୍ତୁତି ବୈଠକ ସକ୍ରିୟ କର୍ମିଙ୍କୁ ନେଇ ଚିକିଟି ଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆମ ବିକାଶ ପ୍ରକ୍ରିୟାରେ ପଞ୍ଚାୟତ ବ୍ୟବସ୍ଥାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି l ଏହାସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା କ୍ଷେତ୍ରରେ କଂଗ୍ରେସର ଅବଦାନ ଯଥେଷ୍ଟ ଥିଲା l ୭୩ତମ ଓ ୭୪ତମ ସମ୍ବିଧାନ ସଂଶୋଧନ ଆଇନ ଆଣି କଂଗ୍ରେସ ଏଦିଗରେ ବଳିଷ୍ଠ ପଦକ୍ଷେପ ନେଇଥିଲା l ମାତ୍ର କ୍ଷମତାର ବିକେନ୍ଦ୍ରିକାରଣ କ୍ଷେତ୍ରରେ କଂଗ୍ରେସର ସେ ପଦକ୍ଷେପକୁ ବର୍ତ୍ତମାନର ବିଜେଡି ସରକାର ସେତିକି ଗୁରୁତ୍ୱ ଦେଉନାହିଁ l ପଞ୍ଚାୟତ ବ୍ୟବସ୍ଥାକୁ ସରକାରୀ ବାବୁ ମାନଙ୍କର ହସ୍ତମୁଡ଼ି ବନାଇ ଦେଇଛି l ତାର ଜବାବ କଂଗ୍ରେସ ଦେବା ଜରୁରୀ l ପଞ୍ଚାୟତ ନିର୍ବାଚନରେ ସେ ଜବାବ କଂଗ୍ରେସ ଦେବାକୁ ତାର ପ୍ରସ୍ତୁତି ଏହା ଆରମ୍ଭ ମାତ୍ର ବୋଲି ପ୍ରକାଶ କରାଯାଇଥିଲା l ଏହି ବୈଠକରେ ଚିକିଟି ବ୍ଲକ କଂଗ୍ରେସ ସଭାପତି କ୍ଷ୍ୟମା ମହାରଣା, ରାଜୀବଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ବ୍ଲକ ସଂଯୋଜକ ନାରାୟଣ ରେଡ୍ଡି, ଜୋନ ସଂଯୋଜକ ପଦ୍ମନାଭ ବେହେରା, ବସନ୍ତ ଚୌଧିରି, ପଦ୍ମନାଭ ସେଠିଙ୍କ ସମେତ ଅନ୍ୟତମ ବରିଷ୍ଠ କଂଗ୍ରେସ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା