ରାଜଶ୍ରୀ ବଳାସି ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫ ହଜାର ଟଙ୍କା ଦାନ…

ପୋଲସରା (ସମୃଦ୍ଧ ଓଡିଶା) କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶନିବାର ଦିନ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ପଞ୍ଚାୟତର ରାଜଶ୍ରୀ ବଳାସି ସମାଜ ତରଫରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମାଧ୍ୟମରେ ମାଳତେନ୍ତୁଳିଆ ସରପଞ୍ଚ ପ୍ରତିନିଧି ପ୍ରତାପ ଚନ୍ଦ୍ର ପ୍ରଧାନ, ସମାଜର ସଭାପତି ରାଜେନ୍ଦ୍ର ପ୍ରସାଦ, ସଂପାଦକ କାଳୁଚରଣ ପ୍ରଧାନ ଓ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତରେ ବିଡ଼ିଓ ଶମ୍ଭୁନାଥ ନନ୍ଦୀଙ୍କ ଜରିଆରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୫,୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା