ରାଜପୁର ପଞ୍ଚାୟତରେ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଅପରାହ୍ନ ୪ ଘଟିକା ସମୟରେ ରାଜପୁର ଗ୍ରାମ ପଞ୍ଚାୟତ ଓ ଲାଇଫ ସଙ୍ଗଠନ ତରଫରୁ କୋଭିଡ ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବ ରେ ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଡିଓ ଦୀପ୍ତିରଞ୍ଜନ ସେଠୀ ଯୋଗ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ମଧୁ ସୁଦନ ଦାସ, ଲାଇଫ ସଙ୍ଗଠନର ସମ୍ପାଦକ ତ୍ରିଲୋଚନ ଗିରି, ଆଇନଜୀବି ପ୍ରଶାନ୍ତ କୁମାର ପ୍ରଧାନ, ବ୍ଲକ ସେକଶନ ଅଫିସର ଅଧିର କୁମାର ପ୍ରାମାଣିକ, ପୂର୍ବତନ ପିଇଓ ବିନୋଦ କୁମାର ଭୂୟାଁ, ସମାଜସେବୀ ଗଣେଶ ଚନ୍ଦ୍ର ପାତ୍ର, ଦୂର୍ଗା ଶଙ୍କର ଭୂୟାଁ, ତପନ କୁମାର ବିଶ୍ଵାଳ, ହରିଶ ଚନ୍ଦ୍ର ଭୂୟାଁ, ରବିନାରାୟଣ ମିଶ୍ର, ଉତ୍ତମ କୁମାର ପାତ୍ର, ବରିଷ୍ଠ ମହିଳା ସମାଜସେବୀ ଶାନ୍ତିଲତା ଖଟୁଆ ଓ ଏମ୍ବୀକେ ଲକ୍ଷ୍ମୀପ୍ରିୟା ମହାନ୍ତି ପ୍ରମୁଖ ଉପସ୍ଥିତ ହୋଇ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ବିଡିଓ ଶ୍ରୀଯୁକ୍ତ ସେଠୀ କୋଭିଡ୧୯ରେ ଉପସ୍ଥିତ ସମସ୍ତ ଯୋଦ୍ଧା ଯେଭଳି ଭାବରେ ସେବା ଯୋଗାଇଛନ୍ତି, ତା’ର ତୁଳନା କରି ହେବ ନାହିଁ । ଅନ୍ୟମାନଙ୍କ ମଧ୍ୟରେ ହରିଶ ଚନ୍ଦ୍ର ଭୂୟାଁ ତାଙ୍କ ବକ୍ତବ୍ୟ ରେ କହିଲେ ଯେ ୨୦୦୮ରୁ ସରପଞ୍ଚ ଦିଲ୍ଲୀପ କୁମାର ପରିଡ଼ା ନିରବଚ୍ଛିନ୍ନ ଭାବେ ଏବଂ ସର୍ବଦଳୀୟ ଢାଞ୍ଚାରେ ସମସ୍ତ କାର୍ଯ୍ୟ କରି ଆସୁ ଥିବାରୁ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ସେ ଜଣେ ବଡ଼ ଯୋଦ୍ଧା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ସମାରୋହ ରେ ଜଳେଶ୍ଵରର ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଅବନି କୁମାର ଚାନ୍ଦ, ରବୀନ୍ଦ୍ର ନାଥ ସେନାପତି, ଅମର ଆଚାର୍ଯ୍ୟ, ରବି ନାରାୟଣ ପାତ୍ର, କବିତା ବାଳା ମାନଧାତା, ଭୂପତି କୁମାର ପରିଡ଼ା, ମନୋଜ କୁମାର ଭୂୟାଁ, ଶେଖ ଅବଦୁଲ ରହିମ, ଆଶିଷ କୁମାର ଗିରି, ଅଜୟ ଚକ୍ରବର୍ତ୍ତୀ, ସଞ୍ଜୟ କୁମାର ଦାସ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି, ଦୀନବନ୍ଧୁ ପ୍ରଧାନ, ଦିଲ୍ଲିପ କୁମାର ଦାସ, ରାଜେଶ ପ୍ରଧାନ, ରାଧା ଗୋବିନ୍ଦ ଦାସ, ରଞ୍ଜନ କୁମାର ବେହେରା, ଗୋପବନ୍ଧୁ ସାହୁ ଏବଂ ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ଛବିରାଣୀ ପରିଡ଼ା, କନକଲତା ଦେ, ମାମିରାଣୀ ମହାନ୍ତି, ସୁମାରାଣୀ ପାତ୍ର, ବାସନ୍ତୀ ଦତ୍ତ, ମିନତୀ ଦାସ, ସୁଚୀତ୍ରା ପ୍ରଧାନ ଓ ଦେବିକା ସ୍ୱାଇଁ ଆଶାକର୍ମୀ ସଂଯୁକ୍ତା ପ୍ରଧାନ, ଛବିରାଣୀ ପାତ୍ର, ସୁରମା ମୁର୍ମୁ, ଗୀତାଞ୍ଜଳି ଦେ ଓ ନେସ୍ରାଏନ ବିବି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଗ୍ରାମ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମାନପତ୍ର ସହିତ ଛତା,ମାସ୍କ ଓ ସାନିଟାଇଜର ଆଦି ମୁଖ୍ୟ ଅତିଥି ଶ୍ରୀ ସେଠୀ ଓ ଅନ୍ୟ ଅତିଥି ମାନେ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସମାରୋହଟି ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଆୟୋଜନ କରାଯାଇଥିଲା ଓ ଲାଇଫ ସଙ୍ଗଠନର ସମ୍ପାଦକ ତ୍ରିଲୋଚନ ଗିରି  ଏହି ସମାରୋହ କୁ ପରିଚାଳନା କରିଥିଲେ ।