ଛତ୍ରପୁରରେ ହେବାକୁଥିବା ଫ୍ଲୁଡ଼ ଲାଇଟ ହକିଖେଳ ପାଇଁ ପ୍ରଚାର ଗାଡିକୁ ଉଦଘାଟନ କଲେ ଜିଲ୍ଲାପାଳ…

ଛତ୍ରପୁର(ସମୃଦ୍ଧ ଓଡିଶା) ଆସନ୍ତା କଲି ଛତ୍ରପୁରରେ ଅନୁଷ୍ଠିତ ହେଉଥିବା ଫ୍ଲଡଲାଇଟ ହକିଖେଳ ପାଇଁ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ଏକ ପ୍ରଚାର ଗାଡିକୁ ଆଜି ସକାଳେ ଉଦଘାଟନକଲେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲା କ୍ରୀଡା ଅଧିକାରୀ ସମେତ ଆସୋସିଏସନର ସଦସ୍ୟ ଏ.ରାବଣା, ରବିନ୍ଦ୍ରନାଥ ସାହୁ, ଶ୍ରୀନିବାସ ରେଡ୍ଡୀ, ଏ.ଭେଙ୍କେଟରାଓ ଦୋରା, ଅଜୟ ପରିଡା, ସହସମ୍ପାଦକ ତୁଷାର କାନ୍ତ ପାଣ୍ଡୀ ପ୍ରମୁଖ ବହୁ ସଦସ୍ୟ ଓ ପୂର୍ବତନ ହକି ଖେଳାଳି ଉପସ୍ଥିତ ଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା