ରାଇବଣିଆରେ ପୁଣି ହାତୀ ଆତଙ୍କ : ୫ ଗ୍ରାମବାସୀ ରାତ୍ରି ଅନିଦ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଆମ୍ବତୁମ୍ବା ଜଙ୍ଗଲରେ ପୁଣି ହାତୀ ଦେଖା ଦେବାରୁ ନିକଟସ୍ଥ ଗ୍ରାମବାସୀମାନେ ଭୟଭିତ ହୋଇ ରହିଛନ୍ତି । ୧୭ଟି ହାତୀ ମୟୂରଭହଜ ଜିଲାର ରାସଗୋବିନ୍ଦପୁର ରେଞ୍ଜର ଜିଆଖାଳି ଜଙ୍ଗଲ ରାସ୍ତାରେ ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳକୁ ପ୍ରବେଶ କରିଛି । ଆମ୍ବତୁମ୍ବା ଜଂଗଲରେ ହାତୀଗୁଡିକ ସଂଧ୍ୟାରେ ଥିବା ବେଳେ ନିକଟସ୍ଥ ଗ୍ରାମ ପ୍ରସାଦଶୋଳ, ପଥରଖୋଳ, କଳମା, ପଟାସପୁର, ଲୁହାପଡା ଗ୍ରାମର ଅଧିବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହି ୧୬ ଦଳିଆ ହାତୀ ଶିମିଳିପାଳ ଅଞ୍ଚଳରୁ ଆସିଥିବା ବେଳେ ପଟାସପୁର ଗାଁରେ ପ୍ରବେଶ କରି କେତେକ ପରିବାରର ଘରେ ଥିବା ଧାନ ଖାଇବା ସହିତ ନଷ୍ଟ କରିଛନ୍ତି । ଏବେ ହାତୀ ଗୁଡିକ ବର୍ଷାପରେ ପୁଣି ନିକଟସ୍ଥ ଗାଁକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଗାଁର କେତେକ ସାହସୀ ଯୁବକ ଗତିରୋଧ କରିବାରେ ପ୍ରୟାସ କରିଛନ୍ତି । ଖବରପାଇ ଜଳେଶ୍ୱର ରେଞ୍ଜର ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶରେ ଜଳେଶ୍ୱର, ବରଡିଆ, ରାଇବଣିଆର କର୍ମଚାରୀମାନେ ସବୁଜବାହିନୀକୁ ଧରି ହାତୀ ଘଉଡାଇବାପାଇଁ ସେ ଅଞ୍ଚଳରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଅଶ୍ୱିନୀ ଦାସ ୨ଦିନ ଧରି ହାତୀ ଘଉଡାଇବା କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଚଳିତବର୍ଷ ରାଇବଣିଆ ଅଂଚଳରେ ଜଣେ ଲୋକକୁ ହାତୀ କଚାଡି ମାରିଥିବା ବେଳେ ଏବେ ପ୍ରତି ଗାଁରେ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି ।

ରିପୋର୍ଟ : ଭୂପତି ପରିଡା