ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ “ମୋ ସ୍କୁଲ ଅଭିଯାନ”ର ଏକ ଭରଚୁଆଲ ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟ ତରଫରୁ “ମୋ ସ୍କୁଲ ଅଭିଯାନ”ର ଏକ ଭରଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା l ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ବ୍ଲକ ଶିକ୍ଷାଧିକାରୀ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରିବୃନ୍ଦ ଏବଂ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ନେତୃବୃନ୍ଦ ଏହି ବୈଠକରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ l